ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ ଉତ୍ସବ...
ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ ଉତ୍ସବ...
କଣ୍ଟାବାଞ୍ଜି,୨୮/୦୯ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ର କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ତୁଲାଚନ୍ଦ୍ର ପୋଢ଼ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ର ସଭାପତି ପରମାନନ୍ଦ ହାତୀ, ବ୍ଲକ ଯାଦବ ମହାସଭା ର ସଭାପତି ରାଧେଶ୍ୟାମ କେତକୀ...
Ad..
ବେଳପଡା ସରପଞ୍ଚ ଖରତ ବାଗ, ଜୁରାବନ୍ଧ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ନରେଶ ସଗରିଆ, କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ,ଯୁବକ ସଂଘ ର ପୂର୍ବତନ ସଭାପତି କ୍ଷୀର ବଚ୍ଛା, ଯାଦବ ନେତା ତ୍ରିବିକ୍ରମ ବଚ୍ଛା ପ୍ରମୁଖ ଉପସ୍ଥିତ ରହି ଭାଇଚାରା ର ପର୍ବ ନୂଆଖାଇ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଏହି ଅବସର ରେ କପିଳେଶ୍ୱର ମିତ୍ର ସମ୍ମାନ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ କାର୍ଯ୍ୟରତ ଥିବା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ନୃତ୍ୟ ପ୍ରତିଯୋଗିତା ରେ ମୋଟ ୨୦ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ। ଗାଁ ସ୍ୱୟଂ ସହାୟକ ଗୋଷ୍ଠୀ, ସମାଜସେବୀ ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଦେବ କୁମାର ବନଛୋର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ନୃତ୍ୟ ପ୍ରତିଯୋଗିତାରେ ସମ୍ପାଦକ ଲିଙ୍ଗରାଜ ପୋଢ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଢ ,ମେମ୍ବର ନିର୍ମାଲ୍ଯ ବାଗ, ରାଜୁ ବାଗ, ସୋନୁ ଛତ୍ରିଆ, ଡିଲେଶ୍ବର ପୋଢ, ଘଣ୍ଟେଶ୍ଵର ପୋଢ, ନିରଞ୍ଜନ ସଗ୍ରିଆ, ଘଣ୍ଟେଶ୍ଵର ପୋଢ, ମାୟାଧର ପୋଢ, ରାହୁଲ ପୋଢ ଙ୍କ ସମେତ ସମସ୍ତ ସଦସ୍ଯ ମାନେ ସହ ଯୋଗ କରିଥିଲେ ।
Edited by k.s thakur...
Comments
Post a Comment