କଣ୍ଟାବାଞ୍ଜି ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନଷ୍ଠିତ...

କଣ୍ଟାବାଞ୍ଜି ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନଷ୍ଠିତ...


କଣ୍ଟାବାଞ୍ଜି,୨୭/୦୯ : କଣ୍ଟାବାଞ୍ଜି ସହରର ଶ୍ରୀ ଜନ୍ନାଥ ମନ୍ଦିର ପଛ ପଟେ ଥିବା ପଡିଆ ରେ ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ପାଳନ କରାଯାଉଛି।
Ad..



ତାଳ ପତ୍ର ଓ କିଛି ପ୍ରାକୃତିକ ଉପାୟରେ ପେଣ୍ଡାଲ ନିର୍ମାଣ ଓ ସଜ୍ଜିତ କରାଯାଇଛି। ଯାହାକୁ ଦେଖି ଭକ୍ତ ଓ ପ୍ରକୃତି ପ୍ରେମୀ ଙ୍କ ମଧ୍ୟରେ ବେଶ୍ ପ୍ରଶଂସା କରାଯାଉଛି। ସେହିପରି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ମୂ୍ତ୍ତି ମଧ୍ୟ ବିରାଜମାନ କରିଛନ୍ତି। 
    Ad..



କମିଟି ପକ୍ଷରୁ କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି ପୋଷ୍ଟର ବେନର ମଧ୍ୟ ପ୍ରଦର୍ଶନ କରାଯାଇଛି।ଗତ ସନ୍ଧ୍ୟା ସମୟରେ  ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ କୁ ନେଇ ଗୋଟିଏ ଭେଟ ଘାଟ କାର୍ଯ୍ୟକ୍ରମ କରାଯାଇଥିଲା। ଯୋଉଥିରେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ କୋଶଳୀ କବି ହଳଧର ନାଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତୀଥି ଭାବେ ମୁରିବାହାଲ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ହଂଶରାଜ୍ ଜୈନ ଓ ପୂର୍ବତନ ସୈନିକ ଏବଂ ବିଜେଡି ଯୁବ ନେତା ଗିରିରାଜ୍ ସିଂ ମାଝୀ। 

ସମ୍ମାନୀୟ ଅତିଥି ଭାବେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ୍, ବଙ୍ଗୋମୁଣ୍ଡା ସରପଞ୍ଚ ତଥା ବିଜୁ ଯୁବ ମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ ଅଜିତ ଯୋଶୀ, ପୂର୍ବତନ ଜିଲ୍ଲାପରିଷଦ ଉଦ୍ଧବ ବେହେରା,କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା (ନାଗୁ ସିଂ), ଆମ ଆଦମୀ ପାର୍ଟି ସଂଯୋଜକ ସୁରଥ ବେହେରା, କଣ୍ଟାବାଞ୍ଜି ଏନଏସି ଆଦିବାସୀ ସଂଘ ସଭାପତି ଗୋବିନ୍ଦ ବର୍ଗେ, ଶେଷଦେବ ପୁଟେଲ, ଆଇନଜୀବୀ ପ୍ରଫୁଲ୍ଲ କୁମାର ନାୟକ ଯୋଗ ଦେଇଥିଲେ।
 
ଲୋଇସିଂହା ଓ ସାନ ବଡ଼ ଗୁଡୁଖା ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ଯୋଗ ଦେଇ ନିଜ ନିଜ କଳାର ପ୍ରଦର୍ଶନ କରିଥିଲେ। ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ସଭାପତି ବିଜୟ ପୁଟେଲ, ଉପସଭାପତି ମନୀଷ ଠାକୁର,ସଂପାଦକ ହରିହର ବାଗ,ସହ ସଂପାଦକ ମନୋଜ ବେହେରା, କୋଷାଧ୍ୟକ୍ଷ ବିକାଶ ବର୍ଗେ, ସକ୍ରିୟ ସଦସ୍ୟ ରାଜେନ୍ଦ୍ର ବେହେରା, ବେଦବ୍ୟାସ ନାଗ, ଦୀପକ ସେଲମା, ରଙ୍କ ନିଧି ପାଣିଗ୍ରାହୀ, ଭୁବନେଶ୍ୱର ବେହେରା, କାର୍ତ୍ତିକ ପୁଟେଲ,ପ୍ରଦୀପ ନାଗ, ବଣ୍ଟୁ ପ୍ରଧାନ,କିଶୋର ମେହେର, ଗୋପାଳ ବେହେରା, ତପନ୍ ବେହେରା,ବାବୁ ସିଂ ଓ ଗଙ୍ଗା ପୁଟେଲ ସହ ଅନ୍ୟ ସଦସ୍ୟ ଙ୍କୁ ନେଇ ଏହି ଆୟୋଜନ କରାଯାଇଥିଲା।









Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...