କଲରାପତରିଆ ବାଘଛାଲ ଜବତ,ଜଣେ ଅଟକ...

କଲରାପତରିଆ ବାଘଛାଲ ଜବତ,ଜଣେ ଅଟକ...


ବାରିପଦା, ୩୦/୯ : ମୟୁରଭଞ୍ଜ ପୋଲିସ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ବଡ଼ ସଫଳତା। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। 
          Ad..



ଏସ.ଟି.ଆର ଓ ପୋଲିସର ମିଳିତ ଚଢାଉରେ ଡୁକୁରା ରେଞ୍ଜ ଅନ୍ତର୍ଗତ ଚେକାମରା ଗାଁରୁ ଏହି କଲରାପତରିଆ ବାଘଛାଲ ଜବତ ହୋଇଛି । 
        Ad..


ସୂଚନାନୁସାରେ, ଜଣେ ଶିକାରୀ ବାଘ ଶିକାର କରି ବିକ୍ରି କରିବା ଲାଗି ଛାଲ ରଖିଥିବା ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ଏସ.ଟି.ଆର ଓ ପୋଲିସ ମିଳିତ ଚଢାଉ କରିଥିଲେ। 

ଚଢାଉ ବେଳେ ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଅଞ୍ଚଳର ୩୫ ବର୍ଷୀୟା ଭୁବନ ସିଂଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଏନେଇ ଶିମିଳିପାଳ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ସୂଚନା ଦେଇଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।







Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...