ବନବିଭାଗ ସ୍କ୍ଵାର୍ଡ ପକ୍ଷରୁ କଣ୍ଟାବାଞ୍ଜି ରେ ବଡ଼ ଧରଣର ଚଢାଉ, ଲକ୍ଷାଧିକ ଟଙ୍କା ର ଶାଗୁଆନ ସାମଗ୍ରୀ ଜବତ...

ବନବିଭାଗ ସ୍କ୍ଵାର୍ଡ ପକ୍ଷରୁ କଣ୍ଟାବାଞ୍ଜି ରେ ବଡ଼ ଧରଣର ଚଢାଉ, ଲକ୍ଷାଧିକ ଟଙ୍କା ର ଶାଗୁଆନ ସାମଗ୍ରୀ ଜବତ...


କଣ୍ଟାବାଞ୍ଜି, ୨୮/୦୯ : ବଲାଙ୍ଗୀର ଡ଼ିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ ସ୍କ୍ଵାର୍ଡର କଣ୍ଟାବାଞ୍ଜି ରେ ବଡ଼ ଧରଣର ଚଢାଉ। ଲକ୍ଷାଧିକ ଟଙ୍କାର ଶାଗୁଆନ କାଠରେ ନିର୍ମିତ ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି।  ଆଜି ସକାଳୁ କଣ୍ଟାବାଞ୍ଜି ଏନଏସି ଛକ ୱାର୍ଡ ୧ ନମ୍ବର ଧୂବାପଡାରେ ଥିବା ମୋହନ ଟାଙ୍ଗଙ୍କ ଘରେ ଚଢାଉ କରାଯାଇଛି।

Ad..



ସୂଚନା ଅନୁସାରେ, ବଲାଙ୍ଗୀର ଡ଼ିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍କ୍ଵାର୍ଡ ଗଠନ କରାଯାଇ ଆଜି ଗୁରୁବାର ସକାଳୁ କଣ୍ଟାବାଞ୍ଜି ଏନଏସି ଛକ ନିକଟ ୱାର୍ଡ ନମ୍ବର ୧ ଧୂବାପଡାରେ ଥିବା ମୋହନ ଟାଙ୍ଗଙ୍କ ଘରେ ପ୍ରଥମେ ଚଡାଉ କରାଯାଇଥିଲା। 

          Ad..



ମୋହନଙ୍କ ଘରୁ ଶାଗୁଆନ କାଠରେ ନିର୍ମିତ ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି ବନବିଭାଗ। ପରେ ଟାଙ୍ଗଙ୍କ ଘର ପାଖରେ ଥିବା ଏକ ଭଡା ଘରେ ଟିମ୍ ଚଡାଉ କରି ବିପୁଳ ପରିମାଣର କାଠ ସାମଗ୍ରୀ ଜବତ କରିଛି। 

ଚଢ଼ାଉ ଜାରି ରହିଥିବା ସମୟରେ ବେଆଇନ କାଠ ସାମଗ୍ରୀ ନିର୍ମିତ କରୁଥିବା ବ୍ୟକ୍ତି ମୋହନ ଟାଙ୍ଗକୁ ଅଟକ ରଖାଯାଇଛି !ଏହି ଚଢାଉରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କଣ୍ଟାବାଞ୍ଜି ତହସିଦାର ଅମୃତଲାଲ ବେହେରା ଉପସ୍ଥିତ ଥିବା ବେଳେ ବଲାଙ୍ଗିର  ଏସିଏଫ ଜିତେନ୍ଦ୍ର ସାହୁ,ଏସିଏଫ ଘନଶ୍ୟାମ ମହନ୍ତ, ବଲାଙ୍ଗିର ସ୍କ୍ଵାର୍ଡଙ୍କ ସମେତ ପାଟଣାଗଡ଼, ମୁରିବାହାଲ, କଣ୍ଟାବାଞ୍ଜିର,ଦେଓଗାଁ ବନ କର୍ମଚାରୀ ଓ ଅଧିକାରୀ ସାମିଲ ଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...