ଜଣେ ଡ୍ରାଇଭର କୁ ନିର୍ଦ୍ଦୋଷ ରେ ମାଡ ମାରିବା ଓ ଟଙ୍କା ଲୁଟ ଅଭିଯୋଗରେ ଥାନାରେ ଜଣେ ଅଟକ...

ଜଣେ ଡ୍ରାଇଭର କୁ ନିର୍ଦ୍ଦୋଷ ରେ ମାଡ ମାରିବା ଓ ଟଙ୍କା ଲୁଟ ଅଭିଯୋଗରେ ଥାନାରେ ଜଣେ ଅଟକ...


କଣ୍ଟାବାଞ୍ଜି,୨୯/୦୯ : କଣ୍ଟାବାଞ୍ଜି ସହରରେ ବିଗତ ସନ୍ଧ୍ୟା ସମୟରେ ଗଣେଶ ବିସର୍ଜନ କରାଯାଉଥିଲା। ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଜଣେ ହାଇୱା ଡ୍ରାଇଭର ନିଜ ଗାଡ଼ି ନେଇ ଜଣକ ପାଖକୁ ବାଲି ଢାଳିବା ପାଇଁ ଯାଉଥିଲା।

Ad..



ଫେରିବା ସମୟରେ ଜଣେ ଦୁର୍ବୃତ୍ତ ଗାଡ଼ି ସମ୍ମୁଖ କୁ ଆସି ନିଜ ଦୁଇ ଚକିଆ ଗାଡ଼ି ଅଟକାଇ ହଇୱା ଡ୍ରାଇଭର କୁ ଗାଳି ଗୁଲଜ କରିବା ଓ ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ଆଦାୟ କରିଥିବା ଅଭିଯୋଗ ଥାନାରେ ହୋଇଛି।

         Ad..



ସୂଚନା ଅନୁସାରେ ମହୁଲବାହାଲି ଗ୍ରାମର ର ଭବନ ସାହୁ ନାମକ ଜଣେ ଡ୍ରାଇଭର ନିଜ କାମ ତୁଲାଇବା ପାଇଁ ଯାଉଥିଲେ । ସେହି ସମୟରେ କଣ୍ଟାବାଞ୍ଜି ଆମ୍ପ ପଡ଼ା ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଗାଳି ଗୁଲଜ, ମାଡ଼ ମାରିବା ସହ ମର୍ଣାସ ଦେଖାଇ ଟଙ୍କା ଆଦାୟ କରିଥିବା ଅଭିଯୋଗ ଥାନାରେ ଡ୍ରାଇଭର ୟୁନିଅନ୍/ସଂଘ ଓ ନିଜେ ଶ୍ରୀ ସାହୁ ଦେଇଛନ୍ତି। ତେବେ ପୋଲିସ ଜଣକୁ ଅଟକ ରଖି ମାମଲା ଆଧାର ରେ କେସ ରୁଜୁ କରିଥିବା ଜଣା ପଡିଛି।

ଅଭିଯୋଗ ଦେବା ସମୟରେ ଜିତ୍ ସିଂ ମାଖିଯା,ଅମିତ୍ ଦଂସେନା, ଆର୍ତ୍ତ ମହାନନ୍ଦ, ଚାନ୍ଦ ଅଗ୍ରୱାଲ ସହ ଡ୍ରାଇଭର ମହାସଂଘ ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...