କବି ମଧୁସୂଦନ ମହାନନ୍ଦ ଙ୍କ ସ୍ମୁତିସଭା ରେ ଯୋଗ ଦେଲେ ପୂର୍ବତନ ମୁରିବାହାଲ ବ୍ଲକ୍ ଅଧ୍ୟକ୍ଷ ହଂସରାଜ ଜୈନ ...
କବି ମଧୁସୂଦନ ମହାନନ୍ଦ ଙ୍କ ସ୍ମୁତିସଭା ରେ ଯୋଗ ଦେଲେ ପୂର୍ବତନ ମୁରିବାହାଲ ବ୍ଲକ୍ ଅଧ୍ୟକ୍ଷ ହଂସରାଜ ଜୈନ ...
କଣ୍ଟାବାଞ୍ଜି,୩୦/୦୯ : ଗୁରୁବାର ଦିନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ହଳଦୀ ଗ୍ରାମରେ ବିଶିଷ୍ଟ କବି, ଲେଖକ, ନାଟ୍ୟକାର, ରାଜନୀତିଜ୍ଞ ଓ ମଞ୍ଚ କଳାକାର, ପୂର୍ବତନ ସମିତି ସଭ୍ୟ ଦିବଂଗତ ମଧୁସୂଦନ ମହାନନ୍ଦ ସ୍ମୁତିସଭା ଅନୁଷ୍ଠିତ ହୋଇଥିଲା।
ଉକ୍ତ ସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଉପସ୍ଥିତ ହୋଇଥଲେ WODC ସଦସ୍ୟ /ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହଂସରାଜ ଜୈନ ଏବଂ ସ୍ବର୍ଗତ ମହାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
Ad..
ବିଶେଷକରି ମହାନନ୍ଦଙ୍କ ସୁଗୁଣାବଳୀ ଗୁଡିକୁ ଗ୍ରହଣ କରିବାପାଇଁ ଉପସ୍ଥିତ ଲୋକଙ୍କୁ କହିଥିଲେ। ନିଜର ଉଦବୋଧନ ମାଧ୍ୟମରେ ସ୍ବର୍ଗତ ଶ୍ରୀ ମହାନନ୍ଦ ଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ ।
ସଭାରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବ୍ୟଙ୍ଗକବି ଟିକେଲାଲ ବେହେରା, ନାଟ୍ୟକାର ନୀଳମଣି ସାହୁ, କବି ଜ୍ୟୋତିପ୍ରକାଶ ଗଡତ୍ୟା, ଲକ୍ଷେଘର ଗଣ୍ଡାସମାଜ ସଭାପତିଉପ ମଦନ କୁମ୍ଭାର, ଓକିଲ ଦୀପକ ବାଗ, ଅଧ୍ୟାପକ ଦିଲିପ ପଶାୟତ ସହିତ ଅଂଚଳର କବି କଳାକାର ଗଣ।
ଉକ୍ତ ସଭାରେ ସହଯୋଗ କରିଥିଲେ କବି ଲିଲୁ ମୋହନ ପଧାନ, ପୁଲସ୍ତି ବେହେରା, ମଧୁସୂଦନ ନାଗ, ମାନସ ସାହୁ ସହିତ ଅନେକ କବି, ଶହ ଶହ ଲୋକଙ୍କ ଉପସ୍ଥିତିରେ ସ୍ମୁତି ସଭା ସମାପନ ହୋଇଥିଲା ।
Edited by k.s thakur...
Comments
Post a Comment