ସାଇବର ଠକେଇ କୁ ନେଇ ବରଗଡ଼ ପୋଲିସ ପକ୍ଷରୁ ଏକ ବୈଠକ ଅନଷ୍ଠିତ...
ସାଇବର ଠକେଇ କୁ ନେଇ ବରଗଡ଼ ପୋଲିସ ପକ୍ଷରୁ ଏକ ବୈଠକ ଅନଷ୍ଠିତ...
ବରଗଡ଼,୨୮/୦୯ : ବର୍ତ୍ତମାନ ପ୍ରତିଦିନ ବିଭିନ୍ନ ପ୍ରକାର ରେ ଜନ ସାଧାରଣ ସାଇବର ଠକେଇ ର ଶିକାର ହୋଇ ନିଜର କଷ୍ଟୋପାର୍ଜିତ ଅର୍ଥ ସବୁ ଲୁଟ ର ଶିକାର ହେଉଛନ୍ତି।ପ୍ରତି ଦିନ ଥାନା ଗୁତିକ ରେ ଏ ସମ୍ପର୍କ ରେ କେସ ହେଉଛି । ବିଭିନ୍ନ ଉପାୟ ବଳରେ ଏକାଉଣ୍ଟ୍ ଗୁଡିକରୁ କେମିତି ଟଙ୍କା ସବୁ ଗାୟବ କରୁଛନ୍ତି ସାଇବର ଠକ ସବୁ, ତାହା ଏବେ ସାରା ଦେଶରେ ଚିନ୍ତା ର ବିଷୟ ହୋଇଛି।
ଏ ସବୁ ର ସଚେତନତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷ ରୁ ଏକ ସାଇବର ସଚେତନତା ରଥ ବୁଲି ଲୋକ ଙ୍କୁ ଏମିତି ଠକାମୀ ର ଶିକାର ନ ହେବା ପାଇ ସଚେତନ କରିବ ।
Ad..
ଆସନ୍ତା ୩୦ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଷ୍ଟିନିକ ଭାବରେ ଉଦ୍ଘାଟନ କରିବା ପରେ ଅକ୍ଟୋବର ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା ସାରା ଏହି ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ।ଏଥିରେ ଜିଲ୍ଲା ର ସମସ୍ତ ପ୍ରଶାସନିକ ଅଧିକାରୀ, ସରକାରୀ ବେସରକାରୀ ସ୍କୁଲ କଲେଜ, ବ୍ୟବସାୟୀ ସଂଘ, ବରିଷ୍ଟ ନାଗରିକ ସଂଘ, ମିଶନ ଶକ୍ତି ମା ମାନେ, ବିଭିନ୍ନ କ୍ଳବ୍ ର ସଭ୍ୟ, ପ୍ରମୁଖ ଙ୍କ ଯୋଗଦାନ ରହିବ ,ସମସ୍ତେ ସାମିଲ ହୋଇ ଲୋକଙ୍କୁ ସଚେତନ କରିବେ ଯେ ସାଇବର ଠକେଇ ର ଶିକାର ଆଉ ଯେମିତି ନ ହୁଅନ୍ତୁ ।
ଏ ସଂପର୍କ ରେ ଆଜି ବରଗଡ଼ ଜିଲ୍ଲା ଏସ୍ ପି ଶ୍ରୀ ମୀନା ଙ୍କ ଆଦେଶ କ୍ରମେ ଅତିରିକ୍ତ ଏସ ପି ତପନ ମହାନ୍ତି , ଡି. ଏସ.ପି. ନିବେଦିତା ସୋରେନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଥିଲେ। ଏଥିରେ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ୱଜିତ୍ ସାହୁ , ବ୍ୟବସାୟୀ ସଂଘ ସଭାପତି ପ୍ରଦୀପ ଦେବତା ,ବରିଷ୍ଟ ନାଗରିକ ସଂଘ ସଭାପତି ପ୍ରମୋଦ ଝଙ୍କାର , ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ପତିତପାବନ ସାହୁ , ସଞ୍ଜୟ ମିତ୍ତଲ, ପ୍ରତ୍ୟୁଲ ଚନ୍ଦ୍ର ତ୍ରିପାଠୀ, ମାନସ ରଞ୍ଜନ ଭୋଇ , ଗୋବିନ୍ଦ ଦାଶ ,ତୁଳସୀ ଚରଣ ଦାସ , ଦେବି ପଟ୍ଟନାୟକ , ପ୍ରିତମ ସିଂ, ଅଙ୍କିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ବରଗଡ଼ ଥାନା ଅଧିକାରୀ ସତ୍ୟଜିତ କନ୍ଦେଲକର, ବରଗଡ଼ ଟ୍ରାଫିକ ଇନ୍ସପେକ୍ଟର ମଙ୍ଗଳ କିସ୍କୁ କେମିତି ଲୋକ ମାନେ କିଭଳି ସାଇବର ଠକେଇ ହେଉଛନ୍ତି ସୂଚନା ଦେଇଥିଲେ ।ସାରା ଦେଶରେ ପ୍ରଥମ କରି ରାଜ୍ୟ ସରକାରଙ୍କ ଏଭଳି ଏକ ସଚେତନତା କାର୍ଯକ୍ରମ ପ୍ରଥମ ବୋଲି ଜଣା ପଡିଛି। ଏହା ବରଗଡ଼ ଜିଲ୍ଲାରେ ଆସନ୍ତା ଅକ୍ଟୋବର ୨ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି କାର୍ଯକ୍ରମ ରେ ସମସ୍ତେ ସାମିଲ ହୋଇ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପୋଲିସ ଅନୁରୋଧ କରିଛି।
Report : Bijay Kumar Sahu
Edited by k.s thakur...
Comments
Post a Comment