ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପଦ୍ମପୁର ଜିଲ୍ଲା କୁ କାର୍ଯ୍ୟକାରି କରାଯାଉ...
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପଦ୍ମପୁର ଜିଲ୍ଲା କୁ କାର୍ଯ୍ୟକାରି କରାଯାଉ...
ପଦ୍ମପୁର୨୪/୦୯ : ପଦ୍ମପୁର ଉପଖଣ୍ଡର ଦୀର୍ଘ ଦିନର ଦାବୀ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି କୁ କାର୍ଯ୍ୟକାରୀ କରିବା ପାଇଁ ଟାଉନ୍ ହଲ ଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ପଦ୍ମପୁର , ପାଇକମାଲ , ଝାରବନ୍ଧ , ଗାଇସିଲଟ ଅଞ୍ଚଳର କ୍ରିୟାନୁଷ୍ଠାନ କମିଟିଅନ ଓ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତିରେ ଏକ ସର୍ଵ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଆସନ୍ତା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ କିମ୍ବା ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ତିଥି ସୁଧା ପଦ୍ମପୁର ବିଧାୟିକା ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଦାବୀ କୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରତିନିଧି ଦଳ ରାଜଧାନୀ ଗସ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି ।
Ad..
ଏହି ବୈଠକ ରେ ଅଜିତ ଶତପଥୀ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକର ସଭାପତି ରାମଚନ୍ଦ୍ର ତ୍ରିପାଠୀ , ବିଧାୟିକା ବର୍ଷା ସିଂ ବରିହାଙ୍କ ପ୍ରତିନିଧି ନବକିଶୋର ସାହୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କ ଉପସ୍ଥିତିରେ କାର୍ଯକାରୀ କମିଟି ଗଠନ କରାଯାଇଛି ।
ଏଥିରେ ବିଜୟ କୁମାର ସାହୁ ସହ ଆବାହକ, ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ , ସଭାପତି ନାଗରିକ କମିଟି, ସଭାପତି ଓକିଲ ସଂଘ, ସଭାପତି ବଣିକ ସଂଘ, ସଭାପତି ସାମ୍ବାଦିକ ସଙ୍ଘ, କ୍ରିୟାନୁଷ୍ଠାନ କମିଟି ପାଇକମାଳ, ଝାରବନ୍ଧ ଓ ଗାଇସିଲେଟ , ସଭାପତି ରାଜବୋଡାସମ୍ବର କୃଷକ ସଂଗଠନ , ଚେୟାରମେନ ଏନ୍ ଏ ସି ପଦ୍ମପୁର, ସଭାପତି ଆଶା ଓ ସତ୍କାର, ସଭାପତି ଜିଲ୍ଲା ଦାବି ଯୁବ ସଂଗଠନ ପ୍ରମୁଖ ଙ୍କୁନେଇ ଏକ କାର୍ଯକାରୀ କମିଟି ଗଠନ କରାଯାଇଛି ।ଆସନ୍ତା ଦିନରେ ଏକ ପ୍ରତିନିଧି ଦଳ ରାଜଧାନୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ଙ୍କ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
Report : Bijay Kumar Sahu
Edited by k.s thakur...
Comments
Post a Comment