କୁର୍ଲୁବାହାଲ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଖେଳାଳୀ ଚୟନ ଶିବିର...

କୁର୍ଲୁବାହାଲ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଖେଳାଳୀ ଚୟନ ଶିବିର...


ମୁରିବାହାଲ, ୨୯/୦୯ : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ବ୍ଲକ କୁର୍ଲୁବାହାଲ ମଧୂସୂଦନ ହ୍ରୁଷିକେଶ ହାଇସ୍କୁଲ ଖେଳ ପଡିଆରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର ଉତଘାଟିତ ହୋଇଯାଇଛି । 
Ad..



ମୁରିବାହାଲ ବ୍ଲକ ଅଧ୍ଯକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉତଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ସମିତି ସଭ୍ୟ ପୁଷ୍ପାଞ୍ଜଳି ଧରୁଆ, ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପୂର୍ବତନ କମିଟି ସଭାପତି ହୃଷିକେଶ ମେହେର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୋଦଣ୍ଡ ଧର ଭୋଇ, ମୁକୁନ୍ଦଇ ଲାଲ ଅଗ୍ରୱାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କୋଦଣ୍ଡଧର ପାଢ଼ୀ, ମୁରିବାହାଲ ବ୍ଲକ କ୍ରୀଡା ସମ୍ପାଦକ କୁବେର ଲାଲ ବେହେରା, କୁର୍ଲୁବାହାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଘୁନାଥ ଗିରି ପ୍ରମୁଖ ଶିବିର ରେ ଯୋଗଦାନ କରିଥିଲେ । 

Ad..



ଏହି ଶିବିର ରେ ୧୪ ରୁ ୧୭ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଖୋଖୋ, କବାଡି, ଫୂଟବଲ, ରଗବି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁରିବାହାଲ ବ୍ଲକ ର ୨୦ ଟି ହାଇସ୍କୁଲ ର ୨୦୦ ଜଣ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ୧୪୧ ଜଣ ଛାତ୍ର ଛାତ୍ରୀ ଜ଼ିଲ୍ଲା ସ୍ତରକୁ ମନୋନୀତ ହେଇଛନ୍ତି। 

ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ବିନୋଦ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅନାର୍ଯ୍ୟ ସୁନା ଧନ୍ୟବାଦ ଦେଇଥିଲେ। 

ଏହି ଶିବିରରେ କ୍ରୀଡା ଶିକ୍ଷକ ସନ୍ତୋଷ ମେହେର, ରମେଶ ଚନ୍ଦ୍ର ବିଶି, ମୋହନ ପ୍ରଧାନୀ, ବୀରେନ୍ଦ୍ର ଖଟୁଆ, ନବୀନ ସରାଫ, ପ୍ରକାଶ ମହାନ୍ତି, ବାଳକୃଷ୍ଣ ପୁଟେଲ, ଧର୍ମୁ ବାଗ, ରଞ୍ଜନ ବେହେରା, ଶ୍ରୀକାନ୍ତ ପ୍ରଧାନ, ଝସକେତନ ରାଜହଂସ, ପୁଣିତ ବଗର୍ତି, ଛୋଟରାଏ ମାରାଣ୍ଡି, ମୁକ୍ଷ ରାଜ ନାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ।







Report : sudam baghar

Edited by k.s thakur..

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...