ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ଗଣେଶ ଉତ୍ସବ ପାଳନ ...

ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ଗଣେଶ ଉତ୍ସବ ପାଳନ ...


କଣ୍ଟାବାଞ୍ଜି,୨୬/୦୯ : କଣ୍ଟାବାଞ୍ଜି ସହରର ଶ୍ରୀ ଜନ୍ନାଥ ମନ୍ଦିର ପଛ ପଟେ ଥିବା ପଡିଆ ରେ ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ପାଳନ କରାଯାଉଛି।
Ad..



ତାଳ ପତ୍ର ଓ କିଛି ପ୍ରାକୃତିକ ଉପାୟରେ ପେଣ୍ଡାଲ ନିର୍ମାଣ ଓ ସଜ୍ଜିତ କରାଯାଇଛି। ଯାହାକୁ ଦେଖି ଭକ୍ତ ଓ ପ୍ରକୃତି ପ୍ରେମୀ ଙ୍କ ମଧ୍ୟରେ ବେଶ୍ ପ୍ରଶଂସା କରାଯାଉଛି। ସେହିପରି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ମୂ୍ତ୍ତି ମଧ୍ୟ ବିରାଜମାନ କରିଛନ୍ତି। ଛତିଶଗଡ଼ର ରାୟପୁର ସହର ନିକଟସ୍ଥ କୌଣସି ସ୍ଥାନରୁ ମୂର୍ତ୍ତି ଅଣାଯାଇଥିବା କହିଛନ୍ତି କମିଟି ସଦସ୍ୟ। କମିଟି ପକ୍ଷରୁ କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି ପୋଷ୍ଟର ବେନର ମଧ୍ୟ ପ୍ରଦର୍ଶନ କରାଯାଇଛି।

      Ad..



ଆଜି ସନ୍ଧ୍ୟା ୬ ସମୟ ରେ ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଖାଇ ପର୍ବ କୁ ନେଇ ଗୋଟିଏ ଭେଟ ଘାଟ କାର୍ଯ୍ୟକ୍ରମ ରଖାଯାଇଛି। ଯୋଉଥିରେ ପଦ୍ମ ପୁରସ୍କାର ପ୍ରାପ୍ତ କୋଶଳୀ କବି ହଳଧର ନାଗ ଓ କିଛି ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର ଯୋଗ ଦେବା କାର୍ଯ୍ୟକ୍ରମ ରଖାଯାଇଛି।



ଶ୍ରୀ ଜଗନ୍ନାଥ ଗଣେଶ ଉତ୍ସବ କମିଟି ସଭାପତି ବିଜୟ ପୁଟେଲ, ଉପସଭାପତି ମନୀଷ ଠାକୁର,ସଂପାଦକ ହରିହର ବାଗ,ସହ ସଂପାଦକ ମନୋଜ ବେହେରା, କୋଷାଧ୍ୟକ୍ଷ ବିକାଶ ବର୍ଗେ, ସକ୍ରିୟ ସଦସ୍ୟ ରାଜେନ୍ଦ୍ର ବେହେରା, ବେଦବ୍ୟାସ ନାଗ, ଦୀପକ ସେଲମା, ରଙ୍କ ନିଧି ପାଣିଗ୍ରାହୀ, ଭୁବନେଶ୍ୱର ବେହେରା, କାର୍ତ୍ତିକ ପୁଟେଲ,ପ୍ରଦୀପ ନାଗ, ବଣ୍ଟୁ ପ୍ରଧାନ,କିଶୋର ମେହେର, ଗୋପାଳ ବେହେରା, ତପନ୍ ବେହେରା,ବାବୁ ସିଂ ଓ ଗଙ୍ଗା ପୁଟେଲ ସହ ଅନ୍ୟ ସଦସ୍ୟ ଙ୍କୁ ନେଇ ଏହି ପୂଜା  କମିଟି ଗଠନ କରାଯାଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...