ସଡ଼କ ଦୁର୍ଘଟଣା ଗ୍ରସ୍ତ ଲୋକ ଙ୍କ ସହାୟ ହେଲେ ଗିରିରାଜ...
ସଡ଼କ ଦୁର୍ଘଟଣା ଗ୍ରସ୍ତ ଲୋକ ଙ୍କ ସହାୟ ହେଲେ ଗିରିରାଜ...
କଣ୍ଟାବାଞ୍ଜି,୨୫/୦୯ : ଆଜି କଣ୍ଟାବାଞ୍ଜି ରୁ ବଙ୍ଗୋମୁଣ୍ଡା ଯାଉଥିବା ରାସ୍ତାରେ କନ୍ଦବାହାଲ ଛକ ଠାରେ ବଙ୍ଗୋମୁଣ୍ଡା ଥାନା ଗୋହେରିଆ ପଦର ଗାଁର ରାଜୁ ନିଆଳ ସେ ଅଟୋ ଯୋଗେ କଣ୍ଟାବାଞ୍ଜି ସହର ରୁ କିଛି ସାମଗ୍ରୀ ନେଇ ବଙ୍ଗୋମୁଣ୍ଡା ଅଭିମୁଖେ ବାହାରି ଥିଲେ।
Ad..
ହେଲେ କନ୍ଦବାହାଲ ଛକ ସାମ୍ନା ପଟରୁ ଏକ ବସ ଆସିଯିବାରୁ ସେ ଭାରସ୍ୟାମ ହରାଇ ରାସ୍ତା ରେ ଅଟୋ ଟି ଓଲଟି ପଡିବାରୁ ଡ୍ରାଇଭର ରାଜୁ ଗୋଡରେ ଗଭିର ଆଘାତ ଲାଗିଥିଲା।
Ad..
ସେହି ସମୟରେ ନିଜ କାମରେ ବଙ୍ଗୋମୁଣ୍ଡା ଅଭିମୁଖେ ଯାଉଥିବା ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀ ଦୁର୍ଘଟଣା କୁ ଦେଖି ସେଠାରେ ଗାଡି ରୁ ଓହ୍ଲାଇ ଥିଲେ ଏବଂ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ମଧ୍ଯ ଯୋଗାଯୋଗ କରିଥିଲେ।
କିନ୍ତୁ ସେ ପାଖରେ କୌଣସି ଆମ୍ବୁଲାନ୍ସ ନ ଥିବା ଯୋଗୁଁ ଶ୍ରୀ ମାଝୀ ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ଡ୍ରାଇଭ ଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ କଣ୍ଟାବାଞ୍ଜି ଡାକ୍ତରଖାନା ନେଇ ଯାଇଥିଲେ ଓ ସେଠାରେ ତାଙ୍କ ଚିକିତ୍ସିଆ ସେବା କରାଯାଇଥିଲେ । ପରେ ପରିବାର ଲୋକ ଓ କଣ୍ଟାବାଞ୍ଜି ପୋଲିସ ଙ୍କୁ ଖବର ଦେଇଥିଲେ। ପୂର୍ବତନ ସୈନିକ ଶ୍ରୀ ମାଝିଙ୍କ ଏହିଭଲି କାର୍ଯ୍ୟ ପାଇଁ ବିଭିନ୍ନ ମହଳ ରେ ପ୍ରସଂଶା କରାଯାଉଛି।
Edited by k.s thakur...
Comments
Post a Comment