ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ମୁରାରୀ ମିଶ୍ର ଙ୍କୁ ଏବେବି ଝୁରୁଛନ୍ତି ଗାଇସିଲେଟ ଅଂଚଳବାସୀ, ସ୍ମୃତିଚାରଣ ଦିବସ ପାଳିତ...
ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ମୁରାରୀ ମିଶ୍ର ଙ୍କୁ ଏବେବି ଝୁରୁଛନ୍ତି ଗାଇସିଲେଟ ଅଂଚଳବାସୀ, ସ୍ମୃତିଚାରଣ ଦିବସ ପାଳିତ...
ବରଗଡ଼,୨୯/୦୮ : ପୂର୍ବତନ ବିଧାୟକ ସ୍ବର୍ଗତ ମୁରାରୀ ପ୍ରସାଦ ମିଶ୍ରଙ୍କ ସ୍ମୃତି ଚାରଣ ସଭା କଲେ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ । ୧୯୯୦ ସମୟରେ ତତ୍କାଳୀନ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ଓଡ଼ିଶା ରେ ପରିଚିତ ଥିବା ବିଧାୟକ ଡାକ୍ତର ମୁରାରୀ ପ୍ରସାଦ ମିଶ୍ରଙ୍କୁ ଏବେବି ଭୂଲି ପାରି ନାହାଁନ୍ତି ଗାଇସିଲେଟ ଅଚଳ ର ହଜାର ହଜାର ଜନସାଧାରଣ ।
Ad..
ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ବିଧାୟକ ଥିବା ମୁରାରୀ ପ୍ରସାଦ ମିଶ୍ର ଏବେବି ସେ ସମୟର ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ଲେଖକ ଙ୍କ ମନରେ ଜନନାୟକ ହୋଇ ରହିଛନ୍ତି ।
ପଦ୍ମପୁର ଗାଇସିଲେଟ ଅଚଳ ର ଶହଶହ ସମର୍ଥକ ଓ ସେ ସମୟର କର୍ମମାନ ସ୍ବର୍ଗତ ମୁରାରୀ ମିଶ୍ରଙ୍କ କନସିହା ବାସଭବନରେ ଏକତ୍ରିତ ହୋଇ ସେ ସମୟର ଜନସେବା କୁ ମନେ ପକାଇଥିଲେ ।
ପଦ୍ମପୁରଡା ଉପଖଣ୍ଡ ର ବିଭିନ୍ନ ଗାଁ ତଥା ବିଭିନ୍ନ ସ୍ଥାନରେମାଜସେବା ସହ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଡାକ୍ତର ଶୁଶିଲ ଶର୍ମା ଙ୍କ ତତ୍ବାବଧାନରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ୧୯୯୦ ସମୟର ଜନ ନାୟକ ମୁରାରୀ ମିଶ୍ରଙ୍କୁ ଅଚଳବାସୀ ମନେ ପକାଇଥିଲେ ।
ସେ ସମୟର ସେବା ଆଉ ନେତା ମାନଙ୍କ ପାଖରେ ଦେଖା ଯାଉ ନ ଥିବାରୁ ବର୍ତ୍ତମାନ ସମୟରେ ମୁରାରୀ ମିଶ୍ରଙ୍କ ଭଲି ଏକ ଜନ ନାୟକଙ୍କ ଆବଶ୍ୟକତା ରହିଛି ଏଣୁ ଗାଇସିଲେଟ ଅଚଳ ରେ ମୁରାରୀ ପ୍ରସାଦ ମିଶ୍ରଙ୍କ ପରିବାର ରୁ ଡାକ୍ତର ଶୁଶିଲ ଶର୍ମା ସାଧାରଣ ଜନତାଙ୍କ ନେତ୍ରୃତ୍ବ ନିଅନ୍ତୁ ବୋଲି ଜନସାଧାରଣ ଦାବି କରିଥିଲେ ଫଳରେ ଆଗାମୀ ଦିନରେ ଶୁଶିଲ ଶର୍ମା ଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମାନ କରି ସାଧାରଣ ଜନତାଙ୍କ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment