କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ : ସ୍ୱୟଂ ସହାୟକ ଗୋଷ୍ଠୀ, ୫ ଟି ବ୍ଲକ ଓ ୪୦ ରୁ ଉର୍ଦ୍ଧ୍ବ ସଂଗଠନ ର ପୂର୍ଣ ସମର୍ଥନ...

କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ : ସ୍ୱୟଂ ସହାୟକ ଗୋଷ୍ଠୀ, ୫ ଟି ବ୍ଲକ ଓ ୪୦ ରୁ ଉର୍ଦ୍ଧ୍ବ ସଂଗଠନ ର ପୂର୍ଣ ସମର୍ଥନ...

କଣ୍ଟାବାଞ୍ଜି,୨୨/୦୮ : କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। 

              Ad..



ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଠାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Ad..



ଆଜିର ଏହି ବନ୍ଦରେ ସହରର ୪୦ ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସଙ୍ଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜ ଶ୍ୟାମ ଗୁରୁ, ଏନଏସି ଅଧକ୍ଷ ବରିୟାମ ସିଂହ ସାଲୁଜା, ବିଦେଶୀ ବେହେରା, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ବିଜୟ ବଂସଲ, ଅଜୟ ଅଗ୍ରୱାଲ, ପ୍ରଦୀପ ବାଗ, ଅମରଚନ୍ଦ ଶର୍ମା,କଣ୍ଟାବାଞ୍ଜି ବିଭିନ୍ନ ପଡ଼ା ରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏଥିରେ ସାମିଲ ହୋଇ ବନ୍ଦ ପାଳନ କରୁଛନ୍ତି।

ଆଜିର ଏହି ବନ୍ଦରେ ସହରର ୪୦ ରୁ ଅଧିକ ସଂଗଠନ ସାମିଲ ହୋଇଥିବା ବେଳେ ସହରରେ ଅନୁପସ୍ଥିତ ଥିବାରୁ ବିଜେପି ପକ୍ଷରୁ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ ୟାଦବ ସୋସିଆଲ ମିଡ଼ିଆ ମାଧ୍ୟମରେ କଣ୍ଟାବାଞ୍ଜି କୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବୀ କୁ ପୂର୍ଣ ସମର୍ଥନ ଜଡ଼ାଇଛନ୍ତି। ତେବେ ଏହି ଦାବୀ କୁ ମୁରିବାହାଲ,ବଙ୍ଗୋମୁଣ୍ଡା, ତୁରେକେଲା, ବେଳପଡା ଓ ଖପ୍ରାଖୋଲ ବ୍ଲକ ର ଲକ୍ଷାଧିକ ଲୋକ ପୂର୍ଣ ସମର୍ଥନ ଜଡ଼ାଇଛନ୍ତି। କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ଫୋର୍ସ ମୁଲ୍ତୟନ କରାଯାଇଛି।







Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...