କଣ୍ଟାବାଞ୍ଜି ସବ୍ ଜେଲର ଓ ୱେବ୍ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ର ସାମ୍ବାଦିକ ସମ୍ମିଳନି...

କଣ୍ଟାବାଞ୍ଜି ସବ୍ ଜେଲର ଓ ୱେବ୍ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ର ସାମ୍ବାଦିକ ସମ୍ମିଳନି...

କଣ୍ଟାବାଞ୍ଜି, ୨୪/୦୮ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ତରଫରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପି.ଡବ୍ଲୁ.ଡି. ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି ।  କଣ୍ଟାବାଞ୍ଜି ସବ୍ ଜେଲର ବିକାଶ ଲତା ବାରୁ ଏବଂ ଜଣେ ୱେବ୍ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ଭିଡିଓ ଭାଇରାଲକୁ ନେଇ ଏହି ଖବରଦାତା ସମ୍ମିଳନି ଅନୁଷ୍ଠିତ ହୋଇଛି । 

            Ad..



ସଂପୃକ୍ତ  ସବ୍ ଜେଲର ବାରୁ ଏବଂ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲ ମଧ୍ୟରେ ଜିନ୍ଦା କିମ୍ବା ମୁର୍ଦ୍ଦା ମୁଣ୍ଡ ଆଣିବା ପାଇଁ ସଂପୃକ୍ତ ବେହେରାଙ୍କୁ କହୁଥିବା ବେଳେ ସାମ୍ବାଦିକ ବେହେରା ୨ ଲକ୍ଷ ଟଙ୍କା ଦାବୀ କରୁଥିବା  ଭାଇରାଲ ହୋଇଥିଲା । 

ଏପରିକି ସାମ୍ବାଦିକ ବେହେରା ସାମ୍ବାଦିକ ସଂଘର ଜଣେ ସଦସ୍ୟ ବୋଲି ନିଜକୁ ପରିଚୟ  ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ଖଣ୍ଡନ କରିବା ସହିତ ସଂଘ ତରଫରୁ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି । 

ବୁଧବାର ଦିନ   ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ପୂର୍ବରୁ ସଦସ୍ୟ ଥିବା ପ୍ରମୋଦ ବେହେରାଙ୍କ ସାମ୍ବାଦିକତାରେ ଅନୈତିକ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା । ଗତ ଜୁଲାଇ ମାସ ତା.୭.୬.୨୦୨୩ରେ ସଂପୃକ୍ତ ସାମ୍ବାଦିକ ବେହେରା  ଅନ୍ୟ  ସାମ୍ବାଦିକଙ୍କ ନାମରେ କଂଟାବାଂଜିର ଜଂଗଲ ବିଭାଗ ଫରେଷ୍ଟର ବିଘ୍ନ ରାଜ ପୋଢଙ୍କଠାରୁ କୋଡିଏ ହଜାର ଟଙ୍କା ଦାବୀ କରିଥିଲେ । 

ଏହି ଘଟଣାକୁ ନେଇ ବିଘ୍ନରାଜ ପୋଢ ଥାନାରେ ଏତଲା ଦେଲା ପରେ ଘଟଣାଟି ସଂଘର ନଜରକୁ ଆସିଥିଲା । ସଂଘ ଏହି ଘଟଣାକୁ ନେଇ ଛାନବିନ କରିବା ମଧ୍ୟରେ ଗତ ତା.୯.୬.୨୦୨୩ରେ ପ୍ରମୋଦ ବେହେରା ସଂଘକୁ  ନିଜର ସଦସ୍ୟତା ରଦ୍ଧ କରିବା ପାଇଁ ଲିଖିତ ଦେଇଥିଲେ । 

ଏହି ଲିଖିତ ଉପରେ ସଂଘ ୧୦.୬.୨୦୨୩ରେ ଏକ ଜରୁରୀ ବୈଠକ କରି ତାକୁ ସଦସ୍ୟତାରୁ ବାହାର କରିଦେଇଥିଲେ । ଏହା ପରେ କଂଟାବାଂଜି ଜେଲର  ଓ ସାମ୍ବାଦିକ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲରେ ମୁଣ୍ଡ ଜାମିନ ଏବଂ ଦୁଇ ଲକ୍ଷ ଟଙ୍କା ଦାବୀକୁ ନେଇ ସଂଘ ଜରୁରୀ ବୈଠକ କରି ପ୍ରମୋଦ ସଂଘର ସଦସ୍ୟ ନ ଥିବା  ଖବରଦାତା  ସମ୍ମିଳନୀର ସୂଚନା ଦେଇଛି । 

ଏହି ସାମ୍ବାଦିକ ସମ୍ମିଳନିରେ ସଂଘର ସଭ୍ୟ ଜୀବନାନନ୍ଦ ମହାନ୍ତି, ଆଇନ ପରାମର୍ଶଦାତା ସଂଜୟ କୁମାର ନାଥ, ଅଶୋକ ନାରାୟଣ ଭୋଇ, ଅନ୍ତିମ ପାଣିଗ୍ରାହି, ମୋହନ ସୋନି, କୃତିକର ବାଗ, କୁଶଲ ସିଂ ଠାକୁର,ବିନୋଦ ସିଂ,କୈଲାଶ ସଗ୍ରିଆ, ପୁଷ୍ପକେତୁ ବେହେରା ସହ ଅନ୍ୟ ଖବରଦାତା ଉପସ୍ଥିତ ଥିଲେ । 

ଭିଡିଓ ଭାଇରାଲ ଉପରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରି ସଂଘ ଆଇ.ଜି.,ଡି.ଆଇ.ଜି. ,ଏସ.ପି. ବଲାଙ୍ଗିର, ଏସ.ଡି.ପି.ଓ. କଣ୍ଟାବାଞ୍ଜି, ଥାନା ଆଇ.ଆଇ.ସି. କଣ୍ଟାବାଞ୍ଜି ଙ୍କୁ ଲିଖିତ ଜଣାଇବା ପାଇଁ ନିଷ୍ପତି ନେଇଛି । 






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...