ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନିଯୁକ୍ତି ଦାବୀ କଲା ଆମ୍ ଆଦମୀ ପାର୍ଟି...
ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନିଯୁକ୍ତି ଦାବୀ କଲା ଆମ୍ ଆଦମୀ ପାର୍ଟି...
ବରପାଲି,୨୬/୦୮ : ବହୁ ଦିନରୁ ବରପାଲି ରେ ଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି ଦେଖା ଦେଇଛି । ଏହା ଫଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।
Ad..
ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ସମ୍ବୋଧନ କରି ଆପ୍ ପକ୍ଷରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଲକ୍ଷାଧିକ ଲୋକଙ୍କ ଏକମାତ୍ର ସରକାରୀ ସ୍ୱାସ୍ଥ୍ୟ ସେବା ର ଜରିଆ ହୋଇଥିବା ସିଏଚସି ରେ ନିୟମିତ ସ୍ପେସାଲିଷ୍ଟ ଡାକ୍ତର ଯଥା ମେଡ଼ିସିନ,ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ନାହାନ୍ତି ।
ଅନ୍ୟପଟେ ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ନାମକୁ ମାତ୍ର କାମଚଲା ହୋଇ ଥିବାରୁ ଏବଂ ଅନେକ ଅନଭିଜ୍ଞ ଡାକ୍ତରଙ୍କୁ ଜରୁରୀ ଡିୟୁଟି ଦିଆ ଯାଉଥିବାରୁ ଅଂଚଳର ସ୍ୱାସ୍ଥ୍ୟ ସେବା ଏକ ରକମ ଠପ ହୋଇପଡିଛି । ତେଣୁ ଏହି ଡାକ୍ତର ମାନଙ୍କୁ ତୁରନ୍ତ ନିଯୁକ୍ତ କରିବାକୁ ଆପ୍ ଦାବୀ କରିଛି ।
ସେହିପରି ରୋଗୀ ମାନଙ୍କ ରୋଗ ପରୀକ୍ଷା ପାଇଁ ବ୍ୟବହାର ହେଉଥିବା ଅଲ୍ଟ୍ରା ସାଉଣ୍ଡ, ଡିଜିଟାଲ ଏକ୍ସ ରେ, ଇସିଜି ଭଳି ମେସିନ ନଥିବା ରୁ ଚିକିତ୍ସା ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦିଓ ଏହି ଡାକ୍ତରଖାନା ଟି ୫ଟି ଅଧିନ ରେ ଅଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଅନ୍ତର୍ଗତ ହୋଇ ଥିବା ସତ୍ତ୍ୱେ ଏଠାରେ ଅବ୍ୟବସ୍ଥା ଲାଗି ରହିଥିବା ଦୁଃଖ ର କଥା ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି ।
ରୋଗୀ ମାନଙ୍କୁ ସମସ୍ତ ଔଷଧ ନିରାମୟ କାଉଣ୍ଟର ରୁ ମିଳି ପାରୁ ନି ଓ ବାହାରୁ କିଣିବାକୁ କୁହାଯାଇଛି ବୋଲି ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ହସ୍ପିଟାଲରେ ସ୍ୱଚ୍ଛତା ରହୁନଥିବାରୁ ମଶା, ମାଛି ଅତ୍ୟଧିକ ହେଉଥିବା ଆପ୍ ସଦସ୍ୟ ମାନେ ଅଭିଯାଗ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମ ସାହୁ, ପଦ୍ମ ଲୋଚନ ପଣ୍ଡା, ଶ୍ୟାମ ସୁନ୍ଦର ରାଉତ, ରାମଚନ୍ଦ୍ର ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment