ଅନେକ ଦାବୀ ନେଇ ଗରିବସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା...
ଅନେକ ଦାବୀ ନେଇ ଗରିବସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା...
କଣ୍ଟାବାଞ୍ଜି,୨୪/୦୮ : ଆଜି ଗରିବ ସେନା କଣ୍ଟାବାଞ୍ଜି ସଭାପତି ଦିନେଶ ତାଣ୍ଡି ଙ୍କ ନେତୃତ୍ଵ ରେ ଅନେକ ଦାବୀ କୁ ନେଇ ଏକ ସ୍ବାଭିମାନ ପଦଯାତ୍ରା କଣ୍ଟାବାଞ୍ଜି RMC ଛକ ରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ବାହାରି ଥିଲା।
Ad..
ପ୍ରମୁଖ ଦାବୀ ମଧ୍ୟରେ ଟାଟା ପାୱାର ର ମନ ମାନି ,ଦାଦନ ମୁକ୍ତ ଅଞ୍ଚଳ,ଦୁର୍ନୀତି ମୁକ୍ତ ଅଞ୍ଚଳ, ରେଳ ୱାଗନ କାରଖାନା ନିର୍ମାଣ, ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ସ୍ଥାନୀୟ ନିଯୁକ୍ତି,ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ର ରେ ବିକାଶ ଖାଲି ପଡ଼ିଥିବା ଡାକ୍ତର ଏବଂ ଶିକ୍ଷକ ପଦବୀ ପୂରଣ, ଚାଷୀ ଋଣ ଛାଡ ଓ ଅଞ୍ଚଳ କୁ ମରୁଡି ଘୋଷଣା କରିବା, ନିର୍ମାଣ ଶ୍ରମିକ ର ଅଧିକାର ପାଇଁ,ସରକାରୀ ଯୋଜନା ରେ ଶ୍ରମିକ ମାନଙ୍କୁ ଠିକ୍ ସମୟରେ ପାଉଣା ପ୍ରଦାନ କରିବା, ବଞ୍ଚିତ ଯୋଗ୍ୟ ବ୍ୟକ୍ତି କୁ ପ୍ରଧାନମନ୍ତ୍ରୀ ଆୱାସ ରେ ସାମିଲ, ଖାଲି ପଡ଼ିଥିବା ସରକାରୀ କ୍ଷେତ୍ର ରେ ପଦବୀ ପୂରଣ କରିବା ଦାବି ରେ ପଦ ଯାତ୍ରା କରାଯାଇଥିଲା।
ଯେଉଁ ଥୀରେ ଉପ ସଭାପତି ଯୁବରାଜ ମାଝୀ,ସମ୍ପାଦକ ଜୟନ୍ତ କୁମାର ସାହୁ, ସାୟଟ ସତର ସତୀର ଅଲି,ହେମନ୍ତ ବେହେରା,ବୁଲୁ ହିଆଳ,ଅଭିରାମ ତାଣ୍ଡି,ବୀରଭଦ୍ର ଛୁରା,କଳମନି ମଙ୍ଗରାଜ,ନିଶିକାନ୍ତ ଦୀପ,ସିଦ୍ଧାନ୍ତ ବାଗ,ପ୍ରତୀକ କୁମାର,ଘାସିରାମ ସାହୁ,ମୁନା ଭୋଇ, ବୈବ ମଙ୍ଗରାଜ,କ୍ଷୀରୋଦ ବେହେରା ଓ ଶତାଧିକ ଯୁବକ ସାମିଲ ହୋଇଥିଲେ।
Edited by k.s thakur...
Comments
Post a Comment