ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ...
ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ...
କଣ୍ଟାବାଞ୍ଜି,୨୫/୦୮ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟ ଗ୍ରାମରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଜଣ ଅଟକ।
Ad..
କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଗ୍ରାମର ଜଣେ ୬୫ବର୍ଷୀୟା ବୃଦ୍ଧା ମହିଳା ଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି।
ସୂଚନା ଅନୁସାରେ, ଗତରାତ୍ରୀ ବୃଦ୍ଧା ଜଣକ ନିଜ ଘରେ ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ଗାଁର ହିଁ ଯୁବକମାନେ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଛି।
ଏହି ମାମଲାରେ କଣ୍ଟାବାଞ୍ଜି ପୁଲିସ ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଜଣ ଯୁବକକୁ ଅଟକ ରଖି ତଦନ୍ତ କରୁଛି। ସେପଟେ ପରିବାର ଲୋକେ ଦୁଷ୍କର୍ମକାରୀ ଯୁବକ ମାନଙ୍କୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି।
Edited by k.s thakur...
Comments
Post a Comment