ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ଜନକ ଭିଡିଓ ଫେସବୁକ ରେ ପୋଷ୍ଟ ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ପାଳିତ...
ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ଜନକ ଭିଡିଓ ଫେସବୁକ ରେ ପୋଷ୍ଟ ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ପାଳିତ...
ଖରିଆଳ,୨୩/୦୮ : ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ସୂଚକ ଭିଡିଓ ଫେସ ବୁକ ରେ ପୋଷ୍ଟ ଘଟଣା ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ପାଳିତ ହୋଇଯାଇଅଛି।
Ad..
ଏହି ବନ୍ଦ ପାଳନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ବେ-ସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ସ୍କୁଲ, କଲେଜ, ବନ୍ଦ ରହିଅଛି। ଏହି ଉପଲକ୍ଷେ ଅନୁଷ୍ଠାନ ସଦସ୍ୟ ମାନେ ବାଇକରେ ପେକେଟିଙ୍ଗ କରିଥିବା ବେଳେ ଖଡିଆଳ ଥାନା ଛକ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଧର୍ମ ଏବଂ ସମ୍ପ୍ରଦାୟକୁ ଆକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସଙ୍ଗଠନ ପକ୍ଷ ରୁ ପ୍ରକାଶ। ଏହି ବନ୍ଦ ପାଳନ ରେ ବସ ଯାନବାହାନ ଚଳାଚଳ ସ୍ବାଭାବିକ ରହିଥିବା ବେଳେ ୩୫୩ ନମ୍ୱର ଜାତୀୟ ରାଜପଥ ମଧ୍ୟ ସ୍ବାଭାବିକ ରହିଅଛି।
ଖଡିଆଳ ପୋଲିସ ପକ୍ଷର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛନ୍ତି। ଏକ ପ୍ଲାଟୁନ ପୋଲିସ ଫୋର୍ସ ମୂଳତୟନ ହୋଇଥିବା ବେଳେ ସମସ୍ତ ଛକ ଏବଂ ଜନଗହଳି ସ୍ଥାନ ରେ ପୋଲିସ ମୁତୟନ ହୋଇଅଛି। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଅଛି।ଏହି ଘଟଣା ନେଇ ଖଡିଆଳ ଥାନା ରେ ମାମଲା ରୁଜୁ ହୋଇ, ମୁସଲମାନ ଯୁବକ ମହମ୍ମଦ ଆକିବା ରାଜୁ କୁ ଆଜି କୋର୍ଟ ଚଲାନ କରିଛନ୍ତି ।
Report : Braja mohanty
Edited by k.s thakur...
Comments
Post a Comment