ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୁଟୁପଡା ଅଲେଖ ମହିମା ମଠରେ ନବାନ୍ନ ଭକ୍ଷଣ...

ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୁଟୁପଡା ଅଲେଖ ମହିମା ମଠରେ ନବାନ୍ନ ଭକ୍ଷଣ...

ବଙ୍ଗୋମୁଣ୍ଡା,୩୧/୦୮ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ପୁଟୁପଡା ଅଲେଖ ମହିମା ମଠରେ ମଠାଧିଶ୍ୱର ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବା ଙ୍କ ପ୍ରତ୍ୟେକ୍ଷତତ୍ତ୍ୱ।ଧାନ ରେ ଶ୍ରାବଣ ମାସ ପୂର୍ଣ୍ଣିମା ତିଥି ଚତୁର୍ଦ୍ଦଶୀ ବୁଧବାର ଉଜାଗର, ଉପବାସ,ରାତ୍ରି ଭଜନ କୀର୍ତ୍ତିନ ,ଜାଗର ଘୃତ ଆହୂତିଯଜ୍ଞ ପାଳନ ପରେ 

Ad..



ଗୁରୁବାର ପୂର୍ଣ୍ଣିମା ଦିନ ସକାଳ ସାତଟା ବେଳେ ଓଡିଶା ପ୍ରାନ୍ତର ବିଭିନ୍ନ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ବରଗଡ଼,ରାୟଗଡା ଛତିଶଗଡ଼ ଭଳି ଜିଲ୍ଲା ମାନଙ୍କରୁ ଆସିଥିବା ମାହିମା ଧର୍ମାବଲମ୍ବି ଶହ ଶହ ସାଧୁଭକ୍ତ ଶ୍ରଦ୍ଧାଳୁ ଏକାର୍ଣ୍ଣ ବର୍ତ୍ତିଭାରେ ନବାନ୍ନ ଭକ୍ଷଣ(ନୂଆଖାଇ)ପାଳନ ଅନୁଷ୍ଠିତ ହୋଇ ଯାଇଛି।

Ad..



ତେବେ ମହିମା ଧର୍ମାବଲମ୍ବି ମାନେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଏହିଦିନ ସମସ୍ତ ଭକ୍ତ ପୁଟୁପଡା ମଠକୁ ପହଞ୍ଚିଥାଆନ୍ତି। ସ୍ଥାନୀୟରେ ନୂଆ ଫସଲ ସାରିଆ ଧାନ ମିଲୁ ନ ଥିବାରୁ ମୁନିଗୁଡା ସାଧୁ ଭକ୍ତଙ୍କ ଦ୍ବାରା ଆସିଥିବା ଧାନରେ ନବାନ୍ନ(ଚୁଡା) ପ୍ରସ୍ତୁତି କରାଯାଇଥିଲା।

ନୂଆ ମାଟି ପାତ୍ରରେ ପ୍ରସାଦତିଆରି କରା ଯାଇ। ସେବନରେ ମଠାଧିଶଶ୍ୱର ବାବା ନିଜେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।ନୂଆଖାଇ ପାଳନ ପର୍ବରେ ସମସ୍ତ ଭକ୍ତ ବୃନ୍ଦ ନିଜ ନିଜ ମଧ୍ୟ ରେ ଓ ମହିମା ସ୍ୱାମୀଙ୍କୁ ସରଣ ପଶିଥିଲେ। 

ବିଶେଷ ସହଯୋଗ କରିଥିଲେ ସାଧୁ ଲକ୍ଷେ ଶ୍ଵରଦାସ,ସାଧୁ ଧର୍ମାନନ୍ଦ ଦାସ,ସତ୍ୟବ୍ରତ ବ୍ରହ୍ମଚାରୀ ହର୍ଷମଣି ବ୍ରହ୍ମଚାରି,କୁଳମଣି ବ୍ରହ୍ମ ଚାରି, କରନ ବ୍ରହ୍ମଚାରି,ସାଧୁ ବ୍ରହ୍ମ ଚାରି,ବିଶ୍ଵାମିତ୍ର ବ୍ରହ୍ମ ଚାରି, ରାମ ବ୍ରହ୍ମ ଚାରି,ଯୁଧିଷ୍ଠିର ବ୍ରହ୍ମ ଚାରି,ସୁମନ୍ତ ତ୍ୟାଗୀ,ତଥା ଗ୍ରାମବାସୀ ବୃନ୍ଦ ସମସ୍ତ ରକମର ସୁସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ରେସହଯୋଗ କରିଥିଲେ।ସେହିଭଳି ବଙ୍ଗୋମୁଣ୍ଡା, ପିତାମହୁଲ,ଗନ୍ଦର୍ଲା, ତୁରେକେଲା,ଅଲେଖ ମହିମା ମଠ ମାନଙ୍କରେ ନବାନ୍ନ ଭକ୍ଷଣ ନୂଆଖାଇ ଅନୁଷ୍ଠିତ ହୋଇଯାଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...