ଜାଗା ମିଶନ ରେ ଜମି ପଟ୍ଟା ବଣ୍ଟନରେ ଅନିୟମିତତା ଅଭିଯୋଗ କୁ ନେଇ ବିଧାୟକ ଙ୍କ ବାସଭବନ ଘେରିଲେ ଅସନ୍ତୁଷ୍ଟ...
ଜାଗା ମିଶନ ରେ ଜମି ପଟ୍ଟା ବଣ୍ଟନରେ ଅନିୟମିତତା ଅଭିଯୋଗ କୁ ନେଇ ବିଧାୟକ ଙ୍କ ବାସଭବନ ଘେରିଲେ ଅସନ୍ତୁଷ୍ଟ...
ଅଭିଯୋଗକୁ ଉପଯୁକ୍ତ ଦୃଷ୍ଟି ଦିଆଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଶାନ୍ତ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲା କଳାପଥରର ଜଣେ ବ୍ୟକ୍ତିଙ୍କୁ ରାଜଧାନୀରେ ଜାଗା ମିସନରେ ପଟ୍ଟା ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ବାଲିତୋଟାସାହି ବସ୍ତିରେ ରହୁଥିବା କଟକ ଜିଲ୍ଲା ବାଙ୍କୀର ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବଦଳରେ ୩ଟି ପଟ୍ଟା ଦିଆଯାଉଛି।
ଏହା କେବଳ ଉଦାହରଣ ମାତ୍ର। ଏଭଳି ଅନେକ ଅନିୟମିତତାକୁ ନେଇ ବିଧାୟକଙ୍କ ବାସଭବନ ଘେରାଉ ବେଳେ ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ସପ୍ତାହେ ହେଲା ରାଜଧାନୀର ବିଭିନ୍ନ ବସ୍ତିରୁ ପ୍ରାୟ ୧୪୦୦ରୁ ଅଧିକ ପିଟିସନ ଏଥିସଂକ୍ରାନ୍ତରେ ଦାଖଲ ହୋଇଛି।
ମାତ୍ର ସର୍ବପ୍ରଥମେ ଏହାକୁ ନେଇ ବାଲିତୋଟାସାହି ବସ୍ତିର ଅଧିବାସୀମାନେ ମୁଖର ହୋଇଛନ୍ତି। ସେମାନେ ଦୁଇ ଦିନ ହେଲା ପଟ୍ଟା ପ୍ରଦାନରେ ଅନିୟମିତତା ଅଭିଯୋଗ କରି ମେୟରଙ୍କ ବାସଭବନ ଘେରାଉ କରିବା ସହିତ ଜାଗା ମିସନ କମିଟି ସହିତ ଆଲୋଚନା କରିଥିଲେ। ଆଶା କରିଥିଲେ ଅଯୋଗ୍ୟ ବ୍ୟକ୍ତି ବାଦ ପଡ଼ିବେ।
ମାତ୍ର ଏହା ନ ହେବାରୁ ଆଜି ଆହୁରି ଉତ୍ତେଜିତ ହୋଇ ପଡ଼ିଛନ୍ତି। ରବିବାର ବାଲିତୋଟା ସାହି ବସ୍ତିର ଅଧିବାସୀ ପ୍ରଥମେ ମେୟର ଏବଂ ପରେ ବିଧାୟକ ଶ୍ରୀ ଜେନାଙ୍କ ବାସଭବନ ଘେରାଉ କରିଥିଲେ।
ଏହି ଅବସରରେ ପଟିଆରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଅନୁସାରେ, ବର୍ଷାଧିକ ସମୟ ହେଲା ସେମାନେ ଏଠାରେ ରହୁଥିଲେ ମଧ୍ୟ ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ କିଛି ବ୍ୟକ୍ତି ଜମି ଦେୟ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ବସ୍ତିର ଅଧିବାସୀମାନେ ମଧ୍ୟ ନିଜ ଅଞ୍ଚଳର ମେୟର, କମିସନରଙ୍କ ଦୃଷ୍ଟି ଆକର୍ଷଣ ସହିତ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି।
Edited by k.s thakur...
Comments
Post a Comment