ଓଡ଼ିଶା ଉଷୁ ଆସୋସିଏସନ ପକ୍ଷରୁ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ...

ଓଡ଼ିଶା ଉଷୁ ଆସୋସିଏସନ ପକ୍ଷରୁ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ...

ଝାରସୁଗୁଡ଼ା,୩୧/୦୮ : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଟିଆର୍‌ଏଲ୍ କ୍ରୋସାକି କମ୍ପାନିର ଜୁବୁଲି ହଲଠାରେ ଓଡ଼ିଶା ଉଷୁ ଆସୋସିଏସନ ପକ୍ଷରୁ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

Ad..



ଏଥିରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ପୁରୀ, ନୂଆପଡ଼ା, ସୁନ୍ଦରଗଡ଼, ନୟାଗଡ଼, କେନ୍ଦୁଝର, ନବରଙ୍ଗପୁର, ଖୋର୍ଦ୍ଧା, କଟକ, କଳାହାଣ୍ଡି, ଅନୁଗୁଳ, ଗଞ୍ଜାମ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ମୟୂରଭଞ୍ଜ ଆଦି ମୋଟ୍‌ ୧୮ଟି ଜିଲ୍ଲାରୁ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

Ad.. 



ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକରେ ଦଳଗତ ଭାବେ ଖୋର୍ଦ୍ଧା ଜିଲ୍ଲା ଚାମ୍ପିଅନ୍ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଦ୍ୱିତୀୟ ଓ ସୁନ୍ଦରଗଡ଼ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହା ସହ ଆଗାମୀ ଜାତୀୟସ୍ତରର ଖେଳପାଇଁ ସେମାନଙ୍କୁ ମନୋନୀତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ନିକଟ ଅତୀତରେ ଆନ୍ତର୍ଜାତୀୟ ଉଷୁ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା କେନ୍ଦୁଝରର ଖେଳାଳି ଶ୍ବେତାରାଣୀ ମହନ୍ତ, ଚଳିତ ଅଗଷ୍ଟ ମାସ ୧୨ ତାରିଖ ଦିନ ମଣିପୁରରେ ସହିଦ ହୋଇଥିବା ଆସାମ ରାଇଫଲର ଯବାନ ବରଗଡ଼ ଜିଲ୍ଲାର ନୀଳାଞ୍ଚଳ ପଟେଲଙ୍କ ଝିଅ ତଥା ପ୍ରତିଯୋଗୀ ରାଣୀ ପଟେଲଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। 

ଉଦ୍‌ଘାଟନୀ ସମାରୋହରେ ବେଲପାହାଡ଼ ଟିଆର୍‌ଏଲ୍‌ କ୍ରୋସାକି କମ୍ପାନିର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ ରଥ ମୁଖ୍ୟ ଅତିଥି, ଓଡ଼ିଶା ଉଷୁ ଆସୋସିଏସନର ସମ୍ପାଦକ ସୁଧାଂଶୁ ଶେଖର ହରିଶ୍ଚନ୍ଦନ, ଟେକ୍ନିକାଲ ଚେୟାରମ୍ୟାନ ପ୍ରଦ୍ୟୁମ୍ନ ବେହେରା, ଟିଆର୍‌ଏଲ୍‌ କ୍ରୋସାକି କମ୍ପାନିର ବରିଷ୍ଠ ଅଧିକାରୀ ଦୀପକ ସାହୁ, ଡାକ୍ତର ତାନଭୀ ଶେଖର, ଝାରସୁଗୁଡ଼ା ଉଷୁ ଆସୋସିଏସନର ସଭାପତି ବିଜୟ ବେହେରା, ସମ୍ପାଦକ ତଥା କୋଚ୍‌ ନବୀନ ସିଂ ଓ ବିଚାରକ ଯୁବରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

ସଭାକାର୍ଯ୍ୟକୁ ପ୍ରଦ୍ୟୁମ୍ନ ବେହେରା ପରିଚାଳନା କରିଥିବା ବେଳେ ବିଜୟ ବେହେରା ଧନ୍ୟବାଦ ଦେଇଥିଲେ। ସେହିପରି ଉଦ୍‌ଯାପନୀ ସମାରୋହରେ ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିଥ୍ ପରମାର ପି ମୁଖ୍ୟ ଅତିଥି, ବେଦାନ୍ତ କମ୍ପାନିର ସିଏସ୍‌ଆର୍‌ ଅଧିକାରୀ ଶୁଭାଶିଷ ଦାସ, ଟିଆର୍‌ଏଲ୍‌ କ୍ରୋସାକି କମ୍ପାନିର ବରିଷ୍ଠ ଅଧିକାରୀ ଶଶାଙ୍କ ଦୀକ୍ଷିତ ଓ ଇଏମ୍‌ସିଏଲ କମ୍ପାନିର ଜିଏମ୍‌ ଏସ୍‌. କେ. ମହାପାତ୍ର ସମ୍ମାନିତ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...