କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ମନ୍ତ୍ରୀ ରାଜୁ ଢ଼ୋଲକିଆ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା...

କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ମନ୍ତ୍ରୀ ରାଜୁ ଢ଼ୋଲକିଆ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା...

କଣ୍ଟାବାଞ୍ଜି,୨୬/୦୮ : ଅନେକ ବର୍ଷରୁ କଣ୍ଟାବାଞ୍ଜି ରାଜସ୍ୱ ଜିଲ୍ଲା ମାନ୍ୟତା ଦାବୀ କୁ ନେଇ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିିତି ସଂଘର୍ଷ କରି ଆସୁଅଛି। ଅନେକ ଥର ମାସ ମାସ ଧରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ତ କେବେ ସମସ୍ତ ଦୋକାନ ବଜାର , ସ୍କୁଲ ,କଲେଜ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ସହ ଚଖ ଅଖ ବନ୍ଦ କରାଯାଇ ଆସୁଅଛି।

Ad..



ତେବେ ଆଜି ଏହି କଣ୍ଟାବାଞ୍ଜି କୁ ରାଜସ୍ୱ ଜିଲ୍ଲା ମାନ୍ୟତା ଦାବୀ କୁ ନେଇ ସହଯୋଗ ର ହାତ ବଢ଼େଇ ସାମିଲ ହୋଇଛନ୍ତି ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜୁ ଭାଇ ଢୋଲକିଆ। କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି କାର୍ଯ୍ୟାଳୟ ରେ ଆଜି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସଙ୍ଘ ର ସଦସ୍ୟ ମାନେ କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବୀ କୁ ନେଇ ଦୃଢୋକ୍ତି ରଖିଥିଲେ।

ସେ ନେଇ ମନ୍ତ୍ରୀ ଶ୍ରୀ ଢୋଲକିଆ କହିଥିଲେ ଯେ ଏହି ନ୍ୟାର୍ୟ୍ଯ ଦାବିକୁ ନେଇ ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ମୁଖରେ ଏହି ଦାବୀ ଉପସ୍ଥାପନ କରିବି। ଯାହାକୁ ନେଇ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି କୁ ଆଉ ଏକ ଦୃଢ଼ ମନୋବଳ ଲାଭ ହୋଇ ଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।

ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଅୟୁବ ଖାନ,କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷ ଦେବ ପୁଟେଲ, ଦୁଃଖୀ ଶ୍ୟାମ ଗୁରୁ ମଞ୍ଚସିନ ଥିଲେ ଓ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ବାଗ, କାର୍ଯ୍ୟକାରୀ ସଭାପତି ବ୍ରଜ ଶ୍ୟାମ ଗୁରୁ, ବିମଲ କୁମାର ଅଗ୍ରୱାଲ, ଅଜୟ ଅଗ୍ରୱାଲ, ରସିଆ ନନ୍ଦ ରାୟ, ଅମରଚନ୍ଦ ଶର୍ମା, ନବଲ ଶର୍ମା,ବିଦେଶୀ ବେହେରା,ରାଜେନ୍ଦ୍ର ବେହେରା, ନିରୁ ଭାଇ ସୌମ୍ୟା, ସଞ୍ଜୟ ଅଗ୍ରୱାଲ,ଅମରେନ୍ଦ୍ର ତାଣ୍ଡି ଓ ଶତାଧିକ ଲୋକ ଉପସ୍ଥିତ ଥିଲେ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...