ଚନ୍ଦ୍ରାୟନ ୩ ସଫଳତା କୁ ନେଇ କଣ୍ଟାବାଞ୍ଜି ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ପକ୍ଷରୁ ସେଲିବ୍ରେସନ...
ଚନ୍ଦ୍ରାୟନ ୩ ସଫଳତା କୁ ନେଇ କଣ୍ଟାବାଞ୍ଜି ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ପକ୍ଷରୁ ସେଲିବ୍ରେସନ...
କଣ୍ଟାବାଞ୍ଜି,୨୪/୦୮ : ଗତକାଲି ଚନ୍ଦ୍ରାୟନ ୩ ଚନ୍ଦ୍ରମା ରେ ସଫଳ ଭାବେ ଓଲ୍ଲେଇ ଥିବାରୁ ସାରା ଦେଶରେ ଖୁସି ର ଲହରୀ ଖେଳିଯାଇଥିଲା।
Ad..
ଏହି ଖୁସି କୁ କଣ୍ଟାବାଞ୍ଜି ରେ ମଧ୍ୟ ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ପକ୍ଷରୁ ସେଲିବ୍ରେସନ କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ କମିଟି ପକ୍ଷରୁ ସମସ୍ତ ସଦସ୍ୟ ମାନେ ମିଠା ବାଣ୍ଟି ଓ ଫଟକା ଫୁଟେଇ ଖୁସି ପାଳନ କରିଥିଲେ। ଭାରତ ମାତା କି ଜୟ ଓ ହିନ୍ଦୁସ୍ତାନ ଜିନ୍ଦାବାଦ ର ନାରା ରେ କଣ୍ଟାବାଞ୍ଜି ଗୁଞ୍ଜରିତ ହୋଇ ଉଠିଥିଲା।
ଏହି ଅବସରରେ ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ସଦସ୍ୟ ବାବୁ ସିଂ, ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ତପନ ବେହେରା,ମନୀଷ ଠାକୁର,ସଭାପତି ବିଜୟ କୁମାର ପୁଟେଲ, ବିକାଶ ବର୍ଗେ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment