କଣ୍ଟାବାଞ୍ଜି ରେଳବାଇ ଅଂଚଳରେ ବଢୁଛି ଲୁଟ୍ପାଟ : ନାହିଁ ନାହିଁରେ ଜିଆରପି ଆଉଟ୍ ପୋଷ୍ଟ ; ନିଘା ରଖୁନି ଆରପିଏଫ୍ !
କଣ୍ଟାବାଞ୍ଜି ରେଳବାଇ ଅଂଚଳରେ ବଢୁଛି ଲୁଟ୍ପାଟ : ନାହିଁ ନାହିଁରେ ଜିଆରପି ଆଉଟ୍ ପୋଷ୍ଟ ; ନିଘା ରଖୁନି ଆରପିଏଫ୍ !
କଣ୍ଟାବାଞ୍ଜି,୨୯/୦୮ : କଣ୍ଟାବାଞ୍ଜି ରେଳୱେ ଅଂଚଳ ରେ ଅନେକ ଦିନ ହେଲା ଚୋରୀ ଡକାୟତୀ ବଢିବାରେ ଲାଗିଛି । କେନ୍ଦ୍ର ସରକାର ରେଳ ଷ୍ଟେସନ୍ କୁ ଅମୃତ ଭାରତ ଯୋଜନା ରେ ଆହୁରୀ ଉନ୍ନତିକରଣ କରିବାକୁ ପ୍ରୟାସ କରିଛନ୍ତି ।
Ad..
ଏଥିରେ ଆଲୋକିକରଣ ସମେତ ଅନ୍ୟ ସମସ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରୟାସ କରିବ।। ଆରମ୍ଭ କରିଛନ୍ତି ହେଲେ କଂଟାବାଞ୍ଜି ରେଳବାଇ ଷ୍ଟେସନରୁ ରାତିରେ ଯାତାୟତ ଜୀବନ ପ୍ରତି ବିପତ ବୋଲି ଲୋକେ ଆଲୋଚନା କଲେଣି ।
ରାତିରେ ପ୍ରାୟ ସାଢେ ୧୧ ବଜେ ଆସୁଥିବା ବିଶାଖାପଟନମ୍ କୋରବା ଟ୍ରେନରେ ଯେଉଁ ଯାତ୍ରୀ ମାନେ କଂଟାବାଞ୍ଜିରେ ଉଲ୍ଲାଉଛନ୍ତି ସେମାନେ ଷ୍ଟେସନ୍ ରୁ ବାହାରିଲା ମାତ୍ରେ ଲୁଟ ର ସିକାର ହେଉଛନ୍ତି । ଚୋର,ଡକୟତ ମାନେ ପୁର୍ବରୁ ଷ୍ଟେସନ୍ ପାଖରେ ଛକି ବସୁଛନ୍ତି ।
ଯାତ୍ରୀ ଷ୍ଟେସନ୍ ରୁ ବାହାରିଲା ମାତ୍ରେ ମୋବାଇଲ, ଟଙ୍କା, ଦାବି ସାମଗ୍ରୀ ସମେତ ସୁନା ଗହଣା ଲୁଟ୍ କରି ନେଉଛନ୍ତି । ଏଭଲି ଗୋଟିଏ କି ଦୁଇଟି ମାମଲା ନୁହଁ ସ୍ଥାନୀୟ ଜିଆରପି ରେ ମାଳ ମାଳ ଅଭିଯୋଗ ଥିବା ଜଣାପଡିଛି । ଏହାକୁ ନେଇ ଜିଆରପି ଏକ ମାମଲା ରୁଜୁ କରି ଚୁପ ଥିବା ବେଲେ ଯାତ୍ରୀ ମାନେ ଅଧିକ ହଇରାଣ ହେଉଛନ୍ତି ।
ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ଏହି ଷ୍ଟେସନ ରେ ସୁରକ୍ଷା ବ୍ୟବସ୍ଥା ପୁରା ଢିଲା ରହିଛି । ଷ୍ଟେସନ୍ ରୁ ବାହାଲିଲା ମାତ୍ରେ ମଦ, ଗଞ୍ଜେଇ ଦୋକାନ ଭର୍ତ୍ତି ରହିଛି । ଚୋର ମାନେ ଅନେକ ମଦ ନିଶା ରେ ଲିପ୍ତ ରହୁଥିବା ବେଲେ ଏହାକୁ ନେଇ ଜିଆରପି ମଧ୍ୟ କିଛି କରୁନାହିଁ ।
ଜିଆରପି ଆଉଟ୍ ପୋଷ୍ଟ ରେ ବର୍ତ୍ତମାନ ୭ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ସେଥିମଧ୍ୟରୁ ୨ଜଣ ଟ୍ରେନରେ ନିଜ ଡ୍ୟୁଟି କରୁଥିବା ବେଲେ ଅନ୍ୟ ମାନେ ଆଉଟ ପୋଷ୍ଟ ରେ ରହିକାମ କରୁଛନ୍ତି । କାର୍ଯ୍ୟଳୟ ରେ ଅନେକ ସମସ୍ୟା ରହିଥିବା ସହ ଅନେକ ପଦ ଖାଲି ପଡିଥିବା ମଧ୍ୟ ଜଣାପଡଛି ।
ଅନ୍ୟପକ୍ଷରେ ଷ୍ଟେସନ୍ ରେ ଆରପିଏଫ୍ ମଧ୍ୟ ସୁରକ୍ଷା ଦେଉଛି ସତ ହେଲେ ଷ୍ଟେସନ୍ ରୁ ୫୦ମିଟର ଦୂର କୁ ଗଲେ ଆଉ କାହାରି ସୁରକ୍ଷା ନାହିଁ । ଆରପିଏଫ ପୁଲିସ ମଧ୍ୟ ନିଘା ରଖୁନଥିବା ଅଭିଯୋଗ ହେଉଛି । ତେବେ ସମ୍ବଳପୁର ମଣ୍ଡଳ ଅଧିନରେ ଥିବା ଏହି ରେଳ ଷ୍ଟେସନ୍ ର ସୁରକ୍ଷା ପାଇଁ ପ୍ରଥମେ ରେଳ ଅଧିକାରି ମାନେ ବ୍ୟବସ୍ଥା କରିବା କଥା ବୋଲି ସାଧାରଣ ରେ ଦାବି ହେଉଛି । ବାରମ୍ବାର ହେଉଥିବା ଏଭଳି ଡକାୟତି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।
Edited by k.s thakur...
Comments
Post a Comment