କଣ୍ଟାବାଞ୍ଜି ଏନ.ଏ.ସି. ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ...

କଣ୍ଟାବାଞ୍ଜି ଏନ.ଏ.ସି. ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ...

କଣ୍ଟାବାଞ୍ଜି,୩୧/୦୮-ସ୍ୱାୟତ ଶାସନ ଦିବସ ଅବସରରେ କଂଟାବାଂଜି ଏନ.ଏ.ସି.ଦ୍ୱାରା ପ୍ରଥମ ଥର ପାଇଁ ପରିଷଦର କର୍ମଚାରୀ ମାନଙ୍କ ଏକ ଗଣ ଦୌଡ ପ୍ରତିଯୋଗୀତା ହୋଇଥିଲା । 

Ad..



ଏହା ସ୍ଥାନୀୟ ଶ୍ରୂୀ  ଜଗନ୍ନାଥ ମଂଦିର ଠାରୁ ଏନ.ଏ.ସି. କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଦୌଡ ପ୍ରତିଯୋଗୀତା ହୋଇଥିଲା । ଏହି ଗଣଦୌଡ ପ୍ରତିଯୋଗୀତାକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ପତକା ଦେଖାଇ ଉଦଘାଟନ କରିଥିଲେ । 

ଏହି ପ୍ରତିଯୋଗୀତାରେ ଏନ.ଏ.ସି.ର  ସମସ୍ତ  କର୍ମଚାରୀ, ଓ କାଉନସିଲର ସଭ୍ୟା/ସଭ୍ୟଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ ପୃଥକ ପୃଥକ ଗଣ ଦୌଡ ହୋଇଥିଲା ।  ଗଣ ଦୌଡ ପରେ ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ  ଜାତୀୟ ପତକା ଉତୋଳନ କରାଯାଇଥିଲା । 

ଏହି ଅବସରରେ ସମ୍ମାନିତ ଅତିଥୀଭାବେ ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ, ଭାରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅମୃତଲାଲ ବେହେରା, ଏମ.ଇ. ଇଂ. ଅଶୋକ କୁମାର ପଟ୍ଟନାୟକ,ସି.ଓ. ଜ୍ୟୋସ୍ନାମୟୀ ବାରିକ, ସମସ୍ତ କାଉନସିଲର ସଭ୍ୟା/ସଭ୍ୟ ଉପସ୍ଥିତ ଥିଲେ । 

ଏହା ପରେ ଏକ ସାଧାରଣ ସଭାରେ  କର୍ମଠ କର୍ମଚାରୀ ଏବଂ  ପୁରୁଷ ଗଣଦୌଡ ରେ  ବିକାଶ ତାଣ୍ଡି(ପ୍ରଥମ) ବଳରାମ ସିନ୍ଦୁର(୨ୟ),ଖିରଧର କୁମ୍ଭାର (୩ୟ) ଓ ମହିଳା ଗଣଦୌଡରେ  ଶ୍ରୀମତୀ ଆଶା  ମଜଖଣ୍ଡ(୧ମ),ସୁରେଖା ରଣା(୨ୟ) ଘଟ ବେଶନ(୩ୟ)ଙ୍କୁ  ମାନପତ୍ର ଏବଂ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । 







Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...