ମାର୍କେଟ କଂପ୍ଲେକ୍ସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର...

ମାର୍କେଟ କଂପ୍ଲେକ୍ସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର...

କୋରେଇ,୨୯/୦୧ : ଯାଜପୁର ଜିଲ୍ଲା କୋରେଇସ୍ଥିତ ଏକ ମାର୍କେଟ କଂପ୍ଲେକ୍ସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପାଦ ତଳେ ଲାଗିଥିବା ହେତୁ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ଉପୁଜିଛି।

            Ad..



ସୂଚନା ଅନୁଯାୟୀ, କୋରେଇ ରେଳ ଷ୍ଟେସନର ମରାମତି କାମ ଲାଗି ଜଣେ ଠିକାଦାରଙ୍କ ପାଖରେ କିଛି ଲୋକ କାମ କରନ୍ତି। ସେମାନେ ଷ୍ଟେସନର ଅନତି ଦୂରରେ ଥିବା ଏକ ଭଡ଼ାଘରେ ରହନ୍ତି। 

Ad..



ମୃତକ ବି ସେଠାରେ ରହୁଥିଲେ। ସେ ଗାଡ଼ି ଚାଳକ ଥିଲେ। ତେବେ ମୃତକଙ୍କର ପ୍ରକୃତ ପରିଚୟ ମିଳିନାହିଁ। ତାଙ୍କ ଘର ଆଠଗଡ଼ ଅଞ୍ଚଳରେ ବୋଲି କୁହାଯାଉଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। କୋରେଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଦାନଗଦୀ ଡାକ୍ତରଖାନାକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...