ଗୁରୁକୃପା ମାର୍ଶ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ପକ୍ଷରୁ ବେଲ୍ଟ୍ ଗ୍ରେଡିଂ କାର୍ଯକ୍ରମ ଅନୁଷ୍ଠିତ...
ଗୁରୁକୃପା ମାର୍ଶ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ପକ୍ଷରୁ ବେଲ୍ଟ୍ ଗ୍ରେଡିଂ କାର୍ଯକ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୩୦/୦୧ : ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ ଅନେକ ବ୍ୟାୟାମ ,ଯୋଗ,ଏବଂ ଖେଳ ରହିଛି।କିନ୍ତୁ ଅନେକ ଖେଳ ମଧ୍ୟରୁ କରାଟେ ଖେଳ ଅନ୍ୟତମ। ଏହି ଖେଳ ର ଅନେକ ସ୍ତର ରହିଛି, ଉର୍ଦ୍ଧ ସ୍ତର କୁ ଯିବା ପାଇଁ ଖେଳାଳିଙ୍କୁ ବହୁତ କଠିନ ପରିଶ୍ରମ କରି ନିୟମ ମାନି ଆଗକୁ ବଢ଼ିବାକୁ ହୁଏ ।
Ad..
ଏହି ଖେଳ ରେ ସ୍ତର ର ପରିଚୟ ପାଇବା ପାଇଁ ଖେଳାଳିଙ୍କୁ ସ୍ତର ଅନୁଯାୟୀ ବିଭିନ୍ନ ରଙ୍ଗ ର ବେଲ୍ଟ ଅନୁଷ୍ଠାନ ତରଫ ରୁ ଦିଆଯାଇଥାଏ। ସେହିଭଳି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ଦୀର୍ଘ ବର୍ଷ ରୁ ସଂସାଇ ଜିତୁ ପୃଷ୍ଟି ଙ୍କ ଦ୍ଵାରା ପ୍ରତିଷ୍ଠିତ"ଗୁରୁକୃପା ମାର୍ଶ୍ଲାଟ ଏକାଡେମୀ କଣ୍ଟାବାଞ୍ଜି" ଠାରେ ଗତକାଲି ଅନୁଷ୍ଠାନ ର ଛାତ୍ରଛତ୍ରୀମାନଙ୍କୁ ନେଇ ବେଲ୍ଟ୍ ଗ୍ରେଡିଂ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ଏହି କାର୍ଯକ୍ରମ ରେ ଏକାଡେମୀ ର ୨୪ ଜଣ ଛାତ୍ରଛାତ୍ରୀ ବେଲ୍ଟ ଗ୍ରେଡିଂ ରେ ଭାଗ ନେଇଥିବାବେଳେ ୧୬ଜଣ ଛାତ୍ରଛାତ୍ରୀ ଉଚ୍ଚ ସ୍ତର କୁ ଉତିର୍ଣ୍ଣ ହୋଇ ସ୍ତର ଅନୁଯାଇ ଵେଲ୍ଟ ର ଅଧିକାରୀ ହୋପାରିଥିଲେ।
ଏହି ବେଲ୍ଟ ଗ୍ରେଡ଼ିଂ ଟେଷ୍ଟ ରେ ମୁଖ୍ୟ ବିଚାରପତି ଭାବରେ ସଂସାଇ ଜିତୁ ପୃଷ୍ଟି ଉପସ୍ଥିତ ଥିବାବେଳେ ସଂସାଇ କେଦାର କବାଟ ଓ ସମ୍ପାଇ ସୁଜିତ୍ ଶର୍ମା ସହଯୋଗ କରିଥିଲେ ।
ଏହି କାର୍ଯକ୍ରମ ରେ ଗୁରୁକୃପା ମାରସ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ର ସଭାପତି - ଆଜାଦ୍ ବଂଶଲ, ଉପ ସଭାପତି - କାନ୍ତା ପ୍ରସାଦ ବଞ୍ଛୋର୍, ସମ୍ପାଦକ - ରୋହିତ ଅଗ୍ରୱାଲ, ସହ ସମ୍ପାଦକ - ଯୁଗଳ କିଶୋର ଶବର, କୋଷାଧ୍ୟକ୍ଷ - ଅନୁପ ଜାଙ୍ଗଡା, ଡ଼ା. ଅବଦୁଲ ସାଜିଦ୍ , ଇ. ବିନୋଦ କୁମାର ବିଶ୍ଵାଳ, ଅକ୍ଷ କୁମାର ପୁରହିତ ଉପସ୍ଥିତ ରହି ଉତିର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ବେଲ୍ଟ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
Edited by k.s thakur...
Comments
Post a Comment