ଜୀବିତ କୁ ମୃତ ଦେଖାଇ ଜମି ହଡପ ଉଦ୍ୟମ, ଥାନା ରେ ଏତଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ....
ଜୀବିତ କୁ ମୃତ ଦେଖାଇ ଜମି ହଡପ ଉଦ୍ୟମ, ଥାନା ରେ ଏତଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ....
କଣ୍ଟାବାଞ୍ଜି,୩୧/୦୧ : ବଲାଙ୍ଗୀର ଜିଲ୍ଲା ରେ ଦିନକୁ ଦିନ ଜମି ମାଫିଆଙ୍କ ଆତଙ୍କ ରାଜ ଚାଲିଛି। ଏଥିରୁ ବାଦ ପଡ଼ିନାହିଁ କଣ୍ଟାବାଞ୍ଜି ସହର। ଏଇଠି ମଧ୍ୟ ଜମି ହଡପ, କରିବା ପାଇଁ ଅନେକ କୌଶଳ ପନ୍ଥା ଅବଲମ୍ବନ କରୁଛନ୍ତି ଦଲାଲ!
Ad..
ପୋଲିସ,, ଜମି ଦଲାଲ ଓ ପ୍ରଶାସନ ଙ୍କ ମଧୁ ଚନ୍ଦ୍ରିକା! ଏଭଳି ଘଟଣା ଘଟିଛି ତୁରେକେଲା ବ୍ଲକ ଚଟୁଅନକା ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ଲି ଗ୍ରାମରେ!
Ad..
ବଞ୍ଚିଥିବା ଲୋକଙ୍କ ନାମ ରେ ମିସ କେଶ କରି କିଛି ଦଲାଲ ମାନେ ମୃତ୍ୟୁ ପ୍ରମାଣ ପତ୍ର ଆବେଦନ କରି ଜମି ହଡପ କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁର୍ଲି ଗ୍ରାମ ରେ! 73 ବର୍ଷୀୟା ବିଧବା ମହିଳା ଯାହାଙ୍କର ନାମ ବିମଳା ବାଗ , ସ୍ୱାମୀ ସ୍ବର୍ଗତ ବୁଡୁ ବାଗ ।
ସ୍ୱାମୀଙ୍କ ଦେହାନ୍ତପରେ ତାଙ୍କ ପୁଅ ବୋହୁ ଙ୍କ ସହ ଏକାଠି ରହୁଛନ୍ତି।ପୁଅ ବୋହୁ ଗରିବ ଖଟିଖିଆ ଅଟନ୍ତି, ଯାହାକି ପ୍ରତି ବର୍ଷ ଦାଦନ ଖଟିବାକୁ ଯାଆନ୍ତି। ଏ ଭଳି ପରିସ୍ଥିତି ରେ ରହିବାକୁ କୁଡ଼ିଆ ଖଣ୍ଡେ ନାହିଁ।
ମୁସ୍କିଲ ରେ ଛୋଟମାଟି ଝାଟି ଘର ଖଣ୍ଡ କରି ରହୁଅଛନ୍ତି! ବିଧବା ଭତ୍ତା ଏବଂ ଟଙ୍କିକିଆ ଚାଉଳ ହିଁ ତାଙ୍କର ଏକ ମାତ୍ର ଚଳି ବାର ସାହା ଭରସା! ଏମାନଂକର ଏକ ଜୁମାଳୀ ଜମି ଯାହାର ଖାତା ନମ୍ବର ୨୮,ଓ ପ୍ଲଟ ନମ୍ବର ୮୮୨ ଅଟେ।
ଏଥିରେ ମାତ୍ର ସମୁଦାୟ ୫ ଡ଼ିସିମିଲ ଜମି ଅଛି ଓ ଏହା ଚାରି ଲୋକଙ୍କ ନାମ ରେ ରହିଅଛି ।ଜମି ପଟା ଅନୁଯାୟୀ, ଯାହାଙ୍କ ନାମ ତରୁଲୋଚନ ଗଣ୍ଡା, ଟିକଚନ ଗଣ୍ଡା, ପିତା,କୁରୁଚି ଗଣ୍ଡା ଓ ଭଜ ଗଣ୍ଡା, ଭଲ ଗଣ୍ଡା ଓ ବୁଡୁ ଗଣ୍ଡା।
ଏମାନଙ୍କୁ ସମସ୍ତେ ମରି ଯାଇଛନ୍ତି ବୋଲି ମିସ କେଶ କରି ଉକ୍ତ ୫ ଡ଼ିସିମିଲ ଜମିକୁ ହଡପ କରିବା ପାଇଁସେହି ଗ୍ରାମର ସମର୍କୀୟ ନାତି ଚନ୍ଦ୍ର ଧ୍ୱଜ ବାଗ ପିତା କିଷନ ଲାଲ ବାଗ ଜମି କୁ ହଡପ କରିବା ପାଇଁ ମିସ କେଶ କରି ମୃତ୍ୟ ପ୍ରମାଣ ପତ୍ର ବାହାର କରିଛନ୍ତି।
ଯାହାର ରେଜିଷ୍ଟ୍ରେସନ ନମ୍ବର 29:04:22/409/22 ଓ 26:02:78 ରେ ମୃତ୍ୟୁ ହୋଇଛି ବୋଲି ପ୍ରମାଣ ପତ୍ର ରେ ଉଲ୍ଲେଖ ରହିଅଛି!ଏଭଳି ଜାଳି ଆତି ହୋଇଛି ବୋଲି ଅଭିଯୋଗ କାରି କହିଛନ୍ତି! ଏନେଇ ଥାନା କୁ ବାରମ୍ବାର ଯାଇକି ଅଭିଯୋଗ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ। ଏ ନେଇ ଥାନା ଅଧିକାରୀ ଙ୍କ କୌଣସି ପ୍ରତିକ୍ରିୟା ମିଲି ପାରି ନାହିଁ।
Edited by k.s thakur...
Comments
Post a Comment