ଟ୍ରେନ୍ ଧକ୍କାର ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ...
ଟ୍ରେନ୍ ଧକ୍କାର ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ...
ବଲାଙ୍ଗିର,୨୮/୦୧ : ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ଟ୍ରେନ୍ ଧକ୍କାର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।
Ad..
ତାଙ୍କ ନାଁ ଅବିନାଶ ମିଶ୍ର (୫୦) ବର୍ଷ। ଆଜି ଭୋରରୁ ଅବିନାଶ ଘରୁ ମର୍ଣ୍ଣିଂ ୱାର୍କରେ ବାହାରିଥିଲେ। ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ଟ୍ରେନ ଆସିବା ପାଇଁ ବନ୍ଦ ଥିଲା।
Ad..
ହେଲେ ଅବିନାଶ ଫାଟକ ଭିତରକୁ ପଶି ଏପଟରୁ ସେପଟକୁ ଯାଉଥିବା ବେଳେ ବରପାଲି ପଟରୁ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ସେ ଟ୍ରାକ୍ ବାହାରକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୁରୀ ଦୁର୍ଗ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ ।ଜିଆରପି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।
Edited by k.s thakur...
Comments
Post a Comment