ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ମିଟ୍ କମ୍ପ୍ୟୁଟର ର ୨୪ ତମ ବାର୍ଷିକ ଉତ୍ସବ ପାଳିତ...
ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ମିଟ୍ କମ୍ପ୍ୟୁଟର ର ୨୪ ତମ ବାର୍ଷିକ ଉତ୍ସବ ପାଳିତ...
ବରଗଡ଼,୨୮/୦୧ : ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଜିଲ୍ଲାର ସର୍ବ ବୃହତ୍ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନ ମିଟ୍ କମ୍ପ୍ୟୁଟର ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
Ad..
ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ମାଝୀ ଏବଂ ସହ ନିର୍ଦ୍ଦେଶିକା ଶ୍ରୀମତୀ ସୁନୀତା ମାଝୀ ଙ୍କ ସଞ୍ଚାଳନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ସମ୍ମାନିତ ଅତିଥି ଭାବରେ ବରଗଡ଼ ସାଇନ୍ସ କଲେଜର ଅଧ୍ୟକ୍ଷ ବିକାଶ କୁମାର ସେନ୍ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ।
Ad..
ବର୍ଷସାରା ପାଠପଢ଼ା ସାଙ୍ଗରେ ଶାରୀରିକ ସୁସ୍ଥତା ତଥା କଳା ସଂସ୍କୃତି କୁ ଧ୍ୟାନ ଦେଇ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଯଥା କ୍ରିକେଟ, ୧୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡ଼ିଆଁ, ସ୍କିପିଂ, ମ୍ୟୁଜିକାଲ୍ ଚେୟାର୍, ସାଇକଲ ସ୍ଲୋ, ବିସ୍କୁଟ ଇଟିଂ, ସ୍ପୁନ ଏଣ୍ଡ ମାର୍ବଲ୍, ପ୍ରବନ୍ଧ ପ୍ରତିଯୋଗୀତା, ଟାଇପିଙ୍ଗ୍ ସ୍ପିଡ୍ ଇତ୍ୟାଦି ରେ ବିଜୟ ହାସଲ କରିଥିବା ବିଦ୍ୟାର୍ଥି ମାନଙ୍କୁ ଉପହାର, ସାର୍ଟିଫିକେଟ ସହ ସମ୍ମର୍ଦ୍ଧିତ କରାଯାଇଥିଲା।
ଆଜି ନୃତ୍ୟ ପ୍ରତିଯୋଗୀତା ରେ ବିଚାରକ ମଣ୍ଡଳୀ ବଦଳରେ ଡିଜିଟାଲ ଭୋଟିଂ ମାଧ୍ୟମରେ ୨୪ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ xxx ପ୍ରଥମ ସ୍ଥାନ, yyyy ଦ୍ବିତୀୟ ସ୍ଥାନ ଏବଂ zzzz ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଗୀତ ପ୍ରତିଯୋଗୀତା ରେ ଡିଜିଟାଲ ଭୋଟିଂ ମାଧ୍ୟମରେ ୧୪ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ xxx ପ୍ରଥମ ସ୍ଥାନ, yyyy ଦ୍ବିତୀୟ ସ୍ଥାନ ଏବଂ zzzz ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଅପରାହ୍ନ ୧ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୮ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥଲେ। ଉକ୍ତ ସଭାରେ ବଜରଙ୍ଗ ଭାଇ, ଜୀବର୍ଦ୍ଧନ୍ ରଣା ସମେତ ୫ ଜଣ ମଞ୍ଚ ପରିଚାଳନା, ସିଦ୍ଧାର୍ଥ ସହ ୨୫ ଜଣ ଭାଇ ଭଉଣୀ ଶୃଙ୍ଖଳା ବ୍ୟବସ୍ଥା, ୧୫ ଜଣ କର୍ମଚାରୀ ଙ୍କ ସମେତ ୭ ଜଣ ରଙ୍ଗାରଙ୍ଗ ମ୍ୟାନେଜମେଣ୍ଟ କମିଟି, ଭୋଜନ୍ ଦାୟିତ୍ବରେ ଅତାବିରା ଫୁଡ୍ ୱେବ୍ ରେଷ୍ଟୁରାଣ୍ଟ ର ସେଫ୍ ଝାସକେତନ୍ ପଧାନ ସହଯୋଗ କରିଥିଲେ।
ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ମଧ୍ଯ ସରସ୍ବତୀ ପୂଜା ଦିନ ମିଟ୍ କମ୍ପ୍ୟୁଟରର ୨୫ ତମ ପ୍ରତିଷ୍ଠା ଦିବସ (ସିଲଭର୍ ଜୁବଲି) ରେ ୧୯୯୯ ରୁ ପଢୁଥିବା ସମସ୍ତ ୧୭,୦୦୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥି ମାନଙ୍କ ଏକ ବିରାଟ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବାର ଆୟୋଜନ କରାଯାଇଛି ବୋଲି ସଂସ୍ଥାର ନିର୍ଦ୍ଦେଶକ ସରୋଜ କୁମାର ମାଝୀ କହିଥିଲେ।
(Report : Bijay ku sahu)
Edited by k.s thakur...
Comments
Post a Comment