ପୋଖରୀରୁ ନରକଙ୍କାଳ ଠାବ, ପୋଲିସ ତଦନ୍ତ ଜାରି...
ପୋଖରୀରୁ ନରକଙ୍କାଳ ଠାବ, ପୋଲିସ ତଦନ୍ତ ଜାରି...
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଭୋଇପଡ଼ା -ଗୁରୁଣ୍ଡା ରାସ୍ତା ୫୯ନ ଜାତୀୟ ରାଜପଥ ନିକଟରେ ଥିବା ଖଲିଆମୁଣ୍ଡା ପୋଖରୀରୁ ନରକଙ୍କାଳ ଠାବ ହୋଇଛି।
Ad..
ନରକଙ୍କାଳ ନିକଟରେ ଏକ ବାଇକ୍ ପଡିଛି। ତେବେ ନରକଙ୍କାଳଟି କାହାର ତାହା ସ୍ପଷ୍ଟ ହୋଇନଥିବା ବେଳେ ବାଇକ ନମ୍ବରରୁ ଜଣାପଡ଼ିଛି ଯେ ଏହି ନରକଙ୍କାଳ ଟିଟିଲାଗଡ଼ ଥାନା କୁମ୍ଭୀପଡା ଗାଁର ନରେଶ ବାଗଙ୍କର।
Ad..
ସୂଚନା ଅନୁସାରେ, ନରେଶ ଗତ ମାସ ୨୨ ତାରଖରେ ନିଖୋଜ ହୋଇଥିଲେ। ଥାନାରେ ମଧ୍ୟ ପରିବାର ପକ୍ଷରୁ ନିଖୋଜ ଏତଲା ଦିଆଯାଇଥିଲା। ମୁରିବାହାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେବାରୁ ଆଜି ଜାଣିପାରି ଥିଲେ। ଆଜି ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ହେଲେ କେତେ ଦିନରୁ ଏଠି ଏହି ଶବ ପଡ଼ିଛି ତାହା ଜଣାପଡ଼ି ନାହିଁ।
Edited by k.s thakur...
Comments
Post a Comment