ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ କରାଗଲା ଏୟାରଲିପ୍ଟ...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ କରାଗଲା ଏୟାରଲିପ୍ଟ...

ଭୁବନେଶ୍ୱର,୨୯/୦୧ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଛି। ନବ ଦାସଙ୍କ ଛାତିରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବର୍ତ୍ତମାନ ଏୟାର ଲିପ୍ଟ କରାଯାଇଛି । 

             Ad..



ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଥିବାବେଳେ ସେ ଗୁରୁତର ହୋଇପଡିଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ କର୍ମୀ ଗୁଳିମାଡ କରିଛନ୍ତି । ଏ ନେଇ ଏସଡିପିଓ ସ୍ପଷ୍ଟ କରିଛନ୍ତି । ପୋଲିସ କର୍ମୀ ଗୋପାଳ ଦାସ ଗୁଳିମାଡ କରିଛନ୍ତି ।

Ad..



ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳିମାଡ କରିଛନ୍ତି । ଗୋପାଳଙ୍କୁ କାବୁକରି ପୋଲିସ ପଚରାଉଚରା କରୁଛି ।ତେବେ ଦୋଷୀ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ,ଏସକଟ ଗାଡିରୁ ସେ ଓହ୍ଲାଉଥିଲେ ।ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବନ୍ଧନା ଦେଉଥିଲେ । ଗୋପାଳ କୃଷ୍ଣ ଦାସ ଗୁଳିମାଡ କରିଥିବା ଜଣାପଡିଛି। ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ନିଆଯିବ ବୋଲି ସୂଚନା ରହିଛି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...