ନବ ଦାସଙ୍କୁ ହତ୍ୟା ଘଟଣା: ମୁଖ୍ଯ ଅଭିଯୁକ୍ତଙ୍କୁ ୨ ଘଣ୍ଟା ପଚରାଉଚରା କଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ...
ନବ ଦାସଙ୍କୁ ହତ୍ୟା ଘଟଣା: ମୁଖ୍ଯ ଅଭିଯୁକ୍ତଙ୍କୁ ୨ ଘଣ୍ଟା ପଚରାଉଚରା କଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ...
ଝାରସୁଗୁଡ଼ା,୩୦/୦୧ : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ମାଡ଼ ଘଟଣା । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ଯ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ।
Ad..
ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ ହତ୍ଯା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ଯା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ଯମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା।
Ad..
ସୂଚନା ଅନୁସାରେ, ଝାରସୁଗୁଡା ଏସ୍ପି କାର୍ଯ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ଝାରସୁଗୁଡ଼ା ଏସପି ରାହୁଲ ଜୈନଙ୍କ ମଧ୍ୟରେ ଆଲୋଚନା ଚାଲିଛି ।
Edited by k.s thakur...
Comments
Post a Comment