ସରକାରୀ ନୋଡାଲ ସ୍କୁଲ୍ ଠାରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣୀୟ ସାମଗ୍ରୀ ଉପକରଣ ମେଳା ଅନୁଷ୍ଠିତ...
ସରକାରୀ ନୋଡାଲ ସ୍କୁଲ୍ ଠାରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣୀୟ ସାମଗ୍ରୀ ଉପକରଣ ମେଳା ଅନୁଷ୍ଠିତ...
କଣ୍ଟାବାଞ୍ଜି, ୩୧/୦୧ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ନୋଡାଲ ସ୍କୁଲ୍ ଠାରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣୀୟ ସାମଗ୍ରୀ ଉପକରଣ ମେଳା ଅନୁଷ୍ଠିତ ହୋଇଯାଇଛି।
Ad..
ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ର ସମସ୍ତ ସରକାରୀ ବିଦ୍ୟାଳୟ ର ଛାତ୍ର/ ଛାତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ TLM ନେଇ ଆସିଥିଲେ।କଣ୍ଟାବାଞ୍ଜି ନଗରପାଲ ବରୀୟମ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସି ଆର୍ ସି ସି ଦିନେଶ ମହାନନ୍ଦ ତାଙ୍କୁ ସ୍ବାଗତ ଜଣାଇ ଥିଲେ ।
Ad..
ପ୍ରଧାନ ଶିକ୍ଷୟତ୍ରୀ ରାଜଶ୍ରୀ ତ୍ରିପାଠୀ, ସବିତା ମହାପାତ୍ର ମଞ୍ଚାସିନ ଥିଲେ । ସମସ୍ତ TLM ପ୍ରଦର୍ଶିତ ହୋଇଥିଲା ଏବଂ କେମିତି କମ୍ ଖର୍ଚ୍ଚ ଓ ଘର ଉପକରଣ କୁ ନେଇ ଏହି ଶିକ୍ଷକ ପାଠ ଉପକରଣ କରାଯିବ ସେ ବିଷୟ ରେ ଆଲୋକ ପାତ କରାଗଲା।
ଉନ୍ନତ ମାନ TLM କୁ ପୁରସ୍କୃତ କରାଗଲା। ଏହି କାର୍ଯକ୍ରମ ରେ ଶିକ୍ଷୟତ୍ରୀ ନିବେଦିତା ଦାସ, ଶାନ୍ତି ଲତା ଭୋଇ, ଲାବନ୍ୟା ଧରୁଆ, ସୁଶିଲ ବାଇ, ସଂଘମିତ୍ରା ପାଣିଗ୍ରାହୀ, ସବିତା ରାଣୀ ମହାନ୍ତି, ନମିତା ପାଣିଗ୍ରାହୀ , ସରସ୍ଵତୀ ବଗର୍ତ୍ତି, ସବିତା ରଣା, ଅଞ୍ଜଳି ମାଝୀ, ଜାନକୀ ରାମ ସାମବେଦମ୍, ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
Edited by k.s thakur...
Comments
Post a Comment