ଫାଇନାଲ୍ ମ୍ୟାଚ୍ରେ ଜର୍ମାନୀ-ବେଲଜିୟମ,କଳିଙ୍ଗ ମାଟିରେ ଚାଲିଛି ମେଚ୍...
ଫାଇନାଲ୍ ମ୍ୟାଚ୍ରେ ଜର୍ମାନୀ-ବେଲଜିୟମ,କଳିଙ୍ଗ ମାଟିରେ ଚାଲିଛି ମେଚ୍...
ଭୁବନେଶ୍ୱର,୨୯/୦୧ : ବିଶ୍ୱ ଦେଖୁଛି ସୁପର ଶୋ'। ଫାଇନାଲ୍ ମ୍ୟାଚ୍ରେ କଳିଙ୍ଗ ମାଟିରେ ଲଢ଼ୁଛନ୍ତି ଜର୍ମାନୀ-ବେଲଜିୟମ। ଓଡ଼ିଶା ମାଟିରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଉଠାଇବ କି ବେଲଜିୟମ ?
Ad..
କଳିଙ୍ଗ ଷ୍ଟାଡାୟମରେ ଦୋହରିବ କି ୨୦୧୮ର ଫଳାଫଳ ? ଆଉ କିଛି ସମୟ ପରେ ଏହାର ଉତ୍ତର ବି ମିଳିଯିବ। ଏଣେ ହକିର ଦୁଇ ପାୱାର ହାଉସଙ୍କ ଲଢ଼େଇ କଳିଙ୍ଗ ଷ୍ଟାଡିୟମର ଉଷ୍ଣତା ବଢ଼ାଇ ଦେଇଛି।
Ad..
ବେଲଜିୟମ ଟାଇଟଲ ବଜାୟ ରଖିବାକୁ ଜୋରଦାର୍ କସରତ କରୁଥିବା ବେଳେ ଚାମ୍ପିୟନ ହେବାକୁ ଫୁଲ୍ ଦମରେ ଲଢ଼ୁଛି ଜର୍ମାନୀ। ଜର୍ମାନୀ ବିଶ୍ୱକପରେ ପଞ୍ଚମ ଥର ପାଇଁ ଫାଇନାଲ ଖେଳୁଛି । ଏହି ଦଳ ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଅନ୍ ହୋଇଥିଲା କିନ୍ତୁ ୨୦୧୦ରେ ରନରଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ତେବେ ୧୨ ବର୍ଷ ପରେ ପୁଣି ଥରେ ଫାଇନାଲ ଖେଳୁଛି ଜର୍ମାନୀ। ଉଭୟ ଦଳ ମଧ୍ୟରେ ହୋଇଥିବା ଲଢେଇରେ ଜର୍ମାନୀ ୧୩ ଟି ମ୍ୟାଚ୍ ଜିତିଥିବା ବେଳେ ବେଲଜିୟମ ୧୫ ଟି ମ୍ୟାଚ୍ ଜିତିଛି ଓ ୭ଟି ମ୍ୟାଚ୍ ଡ୍ର ରହିଛି।
Edited by k.s thakur...
Comments
Post a Comment