ଭୁବନେଶ୍ୱରରେ ୪ ଲୁଟେରା ଗିରଫ, ୧୭୦ ଗ୍ରାମ ସୁନା ଜବତ...

ଭୁବନେଶ୍ୱରରେ ୪ ଲୁଟେରା ଗିରଫ, ୧୭୦ ଗ୍ରାମ ସୁନା ଜବତ...

ଭୁବନେଶ୍ୱର,୨୮/୧୧ : ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରୁ ୪ ଲୁଟେରା ଗିରଫ । ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍‌ ଏବଂ ୪ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ ଲଗାତର ଭାବେ ଲୁଟେରାକୁ ଧରିବାକୁ ଯୋଜନା କରୁଥିଲା । ହେଲେ ସଫଳ ହେଉନଥିଲା । ଶେଷରେ ସୋମବାର ଦିନ ୪ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଥିଲା କମିଶନରେଟ୍‌ ପୋଲିସ ।

ସେହିପରି ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର, ୨ଟି ବାଇକ୍‌ ଓ ୪ଟି ମୋବାଇଲ ଜବତ ହୋଇଛି । ତେବେ ଏହି ଲୁଟେରାଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...