ଆମ ଆଦମୀ ପାର୍ଟି ର ବୈଠକ, କାର୍ଯକର୍ତା ସମ୍ମିଳନୀ ତୁରେକେଲା ଶିବ ମଂଦିର ଠାରେ ଅନୁଷ୍ଠିତ...

ଆମ ଆଦମୀ ପାର୍ଟି ର ବୈଠକ, କାର୍ଯକର୍ତା ସମ୍ମିଳନୀ ତୁରେକେଲା ଶିବ ମଂଦିର ଠାରେ ଅନୁଷ୍ଠିତ...

କଣ୍ଟାବାଞ୍ଜି,୩୦/୧୧ : ଆମ ଆଦମୀ ପାର୍ଟି ର ବୈଠକ, କାର୍ଯକର୍ତା ସମ୍ମିଳନୀ ତୁରେକେଲା ଶିବ ମଂଦିର ଠାରେ ଅନୁଷ୍ଠିତ। ଏହି ବୈଠକରେ କଂଟାବାଞ୍ଜୀ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ସୁରଥ ବେହେରା ମୁଖ୍ଯ ଅତିଥି , କଂଟାବାଞ୍ଜୀ ନଗର ସଭାପତି ବିଷ୍ଣୁ ପୁଞ୍ଜି ସମ୍ମାନୀତ ଅତିଥି, ୧୧ ନଂବର ଜୋନ ସଭାପତି ବିନୋଦ ପୁଟେଲ ଯୋଗ ଦେଇଥିଲେ। 

      Ad..



ଏହି ଅବସରେ ଅବସର ପ୍ରାପ୍ତ ବ୍ଯାଙ୍କ କର୍ମଚାରୀ   ୧୦ ନଂବର ଜୋନ ସଭାପତି ରୂପେ ମହେଶ୍ଵର  ସାହୁ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲେ। ବୈଠକରେ ଆମ ଆଦମୀ ପାର୍ଟି ର ମାଗଣା ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ପାଣିର ଯୋଜନା କୁ ଗାଁ ଗାଁ ରେ ଜାଗୃତ କରିବା ସହ ଏହି ଅଞ୍ଚଳରେ ବିଦ୍ୟାଳୟ , ଆଙ୍ଗନବାଡି, ପ୍ରଧାନମନ୍ତ୍ରୀ ସଡକ ମରାମତି ନିର୍ମାଣ ରେ ହେଉଥିବା ଦୁର୍ନୀତି ଉପରେ  ଆନ୍ଦୋଳନ କରିବା ତଥା ଦୀର୍ଘ ଦିନ ହେଲା ପ୍ରଧାନମନ୍ତ୍ରୀ ଆବାସ ବଂଦ ଥିବା ଆଦି ଉପରେ ବ୍ଯାପକ ଆଲୋଚନା ହୋଇଥିଲା। ରାଏଧର ମାଝୀ , ବଲବଂତ ମହେର, ମନୁ ମାଝୀ, ଦୀନ ପରାଭୁଏ, ଗୁନ୍ଧର ବାଗ, ପ୍ରିୟକାନ୍ତ ଭୋଇ,ଜଗବଂଧୁ ପୁଟେଲ ପ୍ରମୁଖ ଉପସ୍ଥିତ  ଥିଲେ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...