ଉପନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର, ସକ୍ରିୟ ମାଓବାଦୀ ?

ଉପନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର, ସକ୍ରିୟ ମାଓବାଦୀ ?

ପଦ୍ମପୁର,୨୬/୧୧ : କିଛି ଦିନ ପୂର୍ବରୁ ହରିଶଙ୍କର/ ନରସିଂହନାଥ ଗନ୍ଧମାର୍ଦ୍ଦନ ପାହାଡ଼ ରେ ମାଓ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ମହିଳା ମାଓବାଦୀ ଙ୍କ ମୃତ୍ୟୁ ହୋଇଥିଲା। ଆଉ କିଛି ଦିନ ପରେ ପଦ୍ମପୁରରେ ଉପନିର୍ବାଚନ । ହେଲେ ଏହା ପୂର୍ବରୁ ଲାଗିଛି ମାଓ ପୋଷ୍ଟର । ପୁଣି ସକ୍ରିୟ ହୋଇଗଲେଣି ମାଓବାଦୀ । ପଦ୍ମପୁରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ।
   Ad..



ସୂଚନା ଅନୁଯାୟୀ, ପାଇକମାଲ ରାସ୍ତା ମାଗୁରମାଲ ଛକରେ ଥିବା ନିଶାନୀ ମନ୍ଦିର ପାଖରେ ଲାଗିଛି ମାଓ ପୋଷ୍ଟର । ଶୁକ୍ରବାର ବିଳମ୍ବିତ ରାତିରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ମାଓବାଦୀ ନିଜର ସ୍ଥିତି ଜାହିର କରିବାକୁ ଏଭଳି ମାଓପୋଷ୍ଟର ଲଗାଇଛନ୍ତି । ଉପନିର୍ବାଚନ ବେଳେ ବାହାରୁ ଆସୁଥିବା ଲୋକଙ୍କୁ ଭୟ ଭୀତ କରିବାକୁ ମାଓବାଦୀ ଏଭଳି କରିଥିବା ଅନୁମାନ କରାଯାଉଛି।





Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...