ପଦ୍ମପୁର ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର...

ପଦ୍ମପୁର ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର...

ପଦ୍ମପୁର ୨୯/୧୧:ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାବେଳେ କେନ୍ଦ୍ର ଶିକ୍ଷା ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ଭାବେ କ୍ଷମତାଧୀନ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। 
   Ad..



ଆନ୍ଦୋଳନରୁ ପ୍ରଦୀପ ପୁରୋହିତ ଜନ୍ମ ନେଇଛନ୍ତି। ତାଙ୍କୁ ଏତେ ଡର କାହିଁକି। ବିଜେଡି ସରକାର ୨୨ବର୍ଷରେ ଯାହା କରିଲେ। ଏଇ ୧୮ ମାସରେ କଳ ବଳ କୌଶଳ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଆସିଛନ୍ତି। ସରକାରୀ ଦଳକୁ ପଦ୍ମପୁରବାସୀ ଏହାର ଜବାବ ଦେବେ। ସେହିପରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀଙ୍କୁ  ମଧ୍ୟ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ନବ ଦାସ ଟଙ୍କା ମୁଣି ଧରି ଏଠାକୁ ଟଙ୍କା ଧରି ଆସିଛନ୍ତି। ସିଏ ଜାନକୀବାବୁଙ୍କୁ ବୁଡ଼େଇ ଥିଲେ। ଏବେ ନବୀନ ବାବୁଙ୍କ ବୁଡ଼ାଇବେ।

ସେ ଆହୁରି କହିଛନ୍ତି ମୋଦୀ ଧାନ କିଣାର ପଇସା ଦେଉଥିଲେ। ନବୀନ ବାବୁଙ୍କ ସରକାର ଟଙ୍କା ହଡ଼ପ କରୁଛନ୍ତି। ନବୀନ ବାବୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି? ମିଲରଙ୍କ ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକାର ଜବାବ ଦେବେ ପ୍ରଦୀପ ପୁରୋହିତ। ବିଧାନସଭା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି। ପଦ୍ମପୁର ବାସୀ ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକା ସୁତାକୁ ଛିଣ୍ଡେଇ ଫୋପାଡ଼ିବେ। ଅପେକ୍ଷା କରନ୍ତୁ।

ଦାଦନ ସମସ୍ୟା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରି ଲୋକଙ୍କ ସ୍ୱାର୍ଥକୁ ଧ୍ୟାନ ଦେଇଛନ୍ତି। ସେ କହିଛନ୍ତି ୨୨ ବର୍ଷ ଭିତରେ ଲୋକଙ୍କୁ ବିଜେଡି ସରକାର କାମ ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ବାହାର ରାଜ୍ୟକୁ ଆଜି ଶହ ଶହ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କେନ୍ଦ୍ର ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ସବୁଆଡ଼େ  କହୁଛନ୍ତି, ମୁଁ ଦାୟିତ୍ବ ନେଉଛି। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ ଚାଲିଛି ବୋଲି ସେପଟୁ ଉତ୍ତର ଆସୁଛି। ଅନ୍ୟପଟେ ଗତ ୨୨ବର୍ଷ ହେଲା ଗୃହ ବିଭାଗର ଦାୟିତ୍ୱ ନବୀନ ବାବୁଙ୍କ ହାତରେ ରହିଛି। ହେଲେ ଏଠି ଦୁଷ୍କର୍ମ ବଢ଼ି ଚାଲିଛି କଂଗ୍ରେସକୁ ଭୋଟ ଦେବା ମାନେ ବିଜେଡିକୁ ଜିତାଇବା ବୋଲି ସେ କହିଛନ୍ତି ।

ସେ ତାଙ୍କ ସମ୍ୱୋଧନରେ କହିଛନ୍ତି ନିର୍ବାଚନ ହେଉଛି ଗଣତନ୍ତ୍ରର ଚାଷ ଆମ ହଳିଆ କୁନା ପୁରୋହୀତ ଚାଷ କଲା ବେଳେ ହଳିଆ ଦରକାର। ଏ ଅଞ୍ଚଳର ସ୍ଥାୟୀ ସମାଧାନ ପାଇଁ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏଠାକୁ ଆଣିବେ। ରାଜ୍ୟରେ କା ସରକାର ଚାଲିଛି। ବିଧାନସଭାରେ ଉଠିଥିବା ଗୋଟିଏ ଗୋଟିଏ ପ୍ରଶ୍ନ ନିଜ ଭାଷଣରେ କହି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଘେରିଥିବା ଦେଖିବାକୁ ମିଳିଥିଲା।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...