ସଡ଼କ ଦୁର୍ଘଟଣା ରେ ଚାଲି ଗଲା ଶିକ୍ଷକଙ୍କ ଜୀବନ, ଆନ୍ଦୋଳନ ରେ ସାମିଲ ହେବାକୁ ଯାଉଥିଲେ ଭୁବନେଶ୍ୱର ...

ସଡ଼କ ଦୁର୍ଘଟଣା ରେ ଚାଲି ଗଲା ଶିକ୍ଷକଙ୍କ ଜୀବନ, ଆନ୍ଦୋଳନ ରେ ସାମିଲ ହେବାକୁ ଯାଉଥିଲେ ଭୁବନେଶ୍ୱର ...

ନୟାଗଡ଼, ୨୯/୧୧ : ନୟାଗଡ଼ ଜିଲ୍ଲାରେ ସଡ଼କ ଦୁର୍ଘଟଣା ରେ ଚାଲି ଗଲା ଜଣେ ଶିକ୍ଷକଙ୍କ ଜୀବନ। ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍‌ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ। ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ। ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା ମିଳାଇ ଗଲା। ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। 
   Ad..



ସୂଚନା ଅନୁଯାୟୀ ମୃତ ଶିକ୍ଷକଙ୍କ ନାଁ ଅମର ଚାନ୍ଦ। ତାଙ୍କ ଘର ଜୁନାଗଡ଼ରେ। ସେ ଜୁନାଗଡ଼ରୁ ନୟାଗଡ଼ ଆସିଥିଲେ। ସେଠାରୁ ଆଜି ସକାଳେ ଏକ ଘରୋଇ ବସ୍‌ରେ ଭୁବନେଶ୍ୱର ଯାଉଥିଲେ। ହେଲେ ଇଟାମାଟି ନିକଟରେ ଏକ ପେଟ୍ରୋଲ ପମ୍ପ ପାଖରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ବସ୍‌ଟି ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିକ୍ଷକ ଅମର ଚାନ୍ଦଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାଗସ୍ତ ବସ୍‌ର ସମ୍ମୁଖ ଭାଗ ସହିତ ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଉଭୟ ଟ୍ରକ୍ ଓ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...