୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ିଗଲା ଟ୍ରକ୍...

୪ଟି ପିକ୍‌ଅପ୍‌ ଭ୍ୟାନ୍ ଉପରେ ମାଡ଼ିଗଲା ଟ୍ରକ୍...

ରେଢାଖୋଲ, ୩୦/୧୧ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ ୪ଟି ପିକ୍‌ଅପ୍‌ ଭ୍ୟାନ୍  ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪ ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭର। ଦୁର୍ଘଟଣାରେ ୪ଟି ପିକ୍‌ଅପ୍‌ ଭ୍ୟାନ୍ ଭାଙ୍ଗିରୁଜି ଯାଇଛି।

    Ad..



ସୂଚନା ଅନୁସାରେ, ଗତ ରାତିରେ ୪ଟି ପିକ୍‌ଅପ୍‌ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍‌ ଲୋଡ୍ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତି ହୋଇଯିବାରୁ ରେଢାଖୋଲ ନିକଟରେ ସେମାନେ ଗାଡ଼ି ରଖି ଶୋଇଥିଲେ। ଏହି ସମୟରେ ଏକ ମେଡିସିନ୍‌ ଟ୍ରକ୍‌ ଦ୍ରୁତ ଗତିରେ ଆସି ୪ଟି ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୌଭାଗ୍ୟ ବଃଶତ ଏତେ ବଡ଼ ଦୁର୍ଘଟଣାରେ ୪ଜଣ ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭରଙ୍କର କିଛି ହୋଇନଥିଲା।

ପୁଲିସ ଗାଡ଼ି ଗୁଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ଗାଡ଼ି ଗୁଡ଼ିକ ଭାଙ୍ଗି ଯାଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...