ରୋଲରକୁ ଧକ୍କା ଦେଲା ବାଇକ୍; ୨ଆହତ,ଜଣେ ମୃତ...

ରୋଲରକୁ ଧକ୍କା ଦେଲା ବାଇକ୍; ୨ଆହତ,ଜଣେ ମୃତ...

ଲମତାପୁଟ, ୨୬/୧୧ : କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଏକ ରୋଲରକୁ ବାଇକ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। 

       Ad..



ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ଖିଲର। ଆହତ ପୂର୍ବ ଖିଲର ଓ  ଶୁକ୍ରା ଖିଲରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୩ଜଣ ବ୍ୟକ୍ତି ଗୋଟିଏ ପରିବାର ବୋଲି ଜଣାଯାଇଛି। ସମସ୍ତଙ୍କ ଘର ଦଶପୁଟ ଅଞ୍ଚଳରେ ବୋଲି ଜଣାଯାଇଛି। ସାତ ସେମିଲି ଓ ଥୁବା ନିକଟରେ ରାସ୍ତା ମରାମତି କାମ ଚାଲିଥିବାରୁ ରାସ୍ତାକାମରେ ନିୟୋଜିତ ରୋଲରଟି ରାସ୍ତା କଡ଼ରେ ଠିଆ ହୋଇଥିଲା। 

ଗତକାଲି ସନ୍ଧ୍ୟା ସମୟରେ ଚୈତନ୍ୟ, ପୂର୍ବ ଓ  ଶୁକ୍ରା ଏକ ବାଇକ୍‌ରେ ପାଡୁଆ ଅଞ୍ଚଳରୁ ଦଶପୁଟ ଆସୁଥିଲେ। ନନ୍ଦପୁର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ରୋଲର ସହ ତାଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ  ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଚୈତନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ପୂର୍ବ ଓ ଶୁକ୍ର ଆହତ ହୋଇଥିଲେ।  ଉଭୟଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  

ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ସାତସେମିଲି  ନିକଟରେ ଶବକୁ  ରଖି ରାସ୍ତାରୋକ କରିଥିଲେ। ରାତିସାରା ରାସ୍ତା ରୋକ ଜାରି ରହିଥିଲା। ଆଜି ସକାଳେ ନନ୍ଦପୁର ଆଇଆଇସି ଓ ଏସଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।  ଏବେ ବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।






Edited by k.s thakur..


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...