ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ କଣ୍ଟାବାଞ୍ଜୀ ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ...
ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ କଣ୍ଟାବାଞ୍ଜୀ ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ...
ସମ୍ବଲପୁର, ୩୦/୧୧ : ପୂର୍ବ ତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ୩୦ ନଭେମ୍ବର -୨୦୨୨ ରେ କଣ୍ଟାବାଞ୍ଜୀ ରେଳ ଷ୍ଟେସନ ନିକଟରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା ।Ad..
ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ, ସ୍ଥାନୀୟ ପ୍ରଶାସନ, ରାଜ୍ୟ ଅଗ୍ନିଶମ ସେବା, ରାଜ୍ୟ ସ୍ୱାସ୍ଥ୍ୟ ସେବା, ରେଳ ସ୍କାଉଟ୍ସ ଆଣ୍ଡ ଗାଇଡ୍, ସ୍ଥାନୀୟ ଏନଜିଓ ଏବଂ ରେଳ ବିଭାଗର ସମସ୍ତ ବିଭାଗ ଅଂଶଗ୍ରହଣ କରିଥିଲେ। ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଆଧୁନିକ ଯନ୍ତ୍ରପାତି ଯଥା ରେଳ କୋଚ କାଟିବା ମେସିନ, ଅଗ୍ନି ନିର୍ବାପକ ଏବଂ ଶୀଘ୍ର ଚିକିତ୍ସା ସ୍ଥାନାନ୍ତର ଭଳି ଆଧୁନିକ ଉପକରଣ ଇତ୍ୟାଦି ବ୍ୟବହାର କରାଯାଇଥିଲା ।
ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ବିନୀତ ସିଂ ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସ୍ଥାନ ପରିଦର୍ଶନ କରି ସମସ୍ତ ଅଂଶଗ୍ରହଣକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ସିଂ କହିଛନ୍ତି ଯେ ଏହି ଅଭ୍ୟାସ ରେଳବାଇ ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାକୁ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ଗଭୀର ତଥା ସମନ୍ୱିତ ମୁକାବିଲା କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା ପୀଡିତଙ୍କ ଅସୁବିଧା କମ୍ ହୋଇପାରିବ ଏବଂ ସମସ୍ତ ଏଜେନ୍ସିର ପ୍ରତିକ୍ରିୟା ସମୟକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରିବ। ସମ୍ବଲପୁର ରେଳମଣ୍ଡଳର ବରିଷ୍ଠ ନିରାପତ୍ତା ଅଧିକାରୀ ସିବବ୍ରତ ଧଳ ବିପର୍ଯ୍ୟୟ ପରିଚାଳନାରେ ଯୋଗ ଦେଇଥିବା ସମସ୍ତ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Edited by k.s thakur...
Comments
Post a Comment