ନକ୍ସଲ ପୋଷ୍ଟର ଲାଗିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି...

ନକ୍ସଲ ପୋଷ୍ଟର ଲାଗିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି...

ପଦ୍ମପୁର,୨୭/୧୧ : ପଦ୍ମପୁର ଉପନିର୍ବାଚନର ମାହାଲୋ ସରଗରମ ରହିଥିବା ବେଳେ ଅନ୍ୟପଟେ ଉପନିର୍ବାଚନକୁ ଭଣ୍ଡୁର କରିବାକୁ ଲାଗିଛି ନକ୍ସଲ ପୋଷ୍ଟର। ଯାହାକୁ ନେଇ ସାଧାରଣରେ ଦେଖାଦେଇଛି ଭୟର ବାତାବରଣ। ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ସଦାନନ୍ଦପୁର ଗାଁ ଛକରେ ଶୁକ୍ରବାର ରାତିରେ ନକ୍ସଲ ପୋଷ୍ଟର ଲାଗିଥିଲା।

    Ad..



ନକ୍ସଲ ପୋଷ୍ଟର ଲାଗିଥିବା ସ୍ଥାନ ଦେଇ ପାଇକମାଲ-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ଯାଇଛି। ପ୍ରତିଦିନ ଶତାଧିକ ଲୋକ ଏହି ବାଟ ଦେଇ ଯାତାୟତ କରନ୍ତି। ତେଣୁ ଏହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।

ଏନେଇ ଶନିବାର ଦିନ ବରଗଡ ଏସପି ସ୍ମିଥ୍ ପରମାରଙ୍କ ନେତୃତ୍ୱରେ ସଦାନନ୍ଦପୁର ଗାଁରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସିଆରପିଏଫ ଓ ଏସଓଜି ଯବାନମାନେ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ। ନକ୍ସଲ ପୋଷ୍ଟରକୁ ଦେଖି କୌଣସି ପ୍ରକାର ଭୟଭିତ ନ ହେବାକୁ ଏସପି ଲୋକଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି। 

ଏନେଇ ଏସ୍‌ପି କହିଛନ୍ତି, ଭୋଟ ପୂର୍ବରୁ ନକ୍ସଲ ପୋଷ୍ଟର ଲଗାଇ ଦୁର୍ବୃତ୍ତମାନେ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ଲୋକେ ସୁରକ୍ଷିତ ଓ ଡରିବାର କୌଣସି ଆବଶ୍ୟକ ନାହିଁ ବୋଲି ଜଣାଇବାକୁ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି। ଏବେ ପୁଲିସ ପାଖରେ ନିଜସ୍ୱ ଫୋର୍ସ ସହ ୯ କମ୍ପାନୀ କେନ୍ଦ୍ରିୟ ଫୋର୍ସ ରହିଛି। ଯାହା ଭିତରେ ୬ କମ୍ପାନୀ ସିଆରପିଏଫ୍ ଫୋର୍ସ ଓ ୩ କମ୍ପାନୀ ବିଏସ୍‌ଏଫ୍ ଫୋର୍ସ ରହିଛି। 

ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ପୁଲିସ ପକ୍ଷରୁ ନାକା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେଣୁ ଲୋକେ ଡରିବାର କୌଣସି ଆବଶ୍ୟକତା ନାହିଁ ଓ ଆବଶ୍ୟକ ହେଲେ ତୁରନ୍ତ ପୁଲିସ ପହଞ୍ଚିବ ବୋଲି ସମସ୍ତଙ୍କୁ ସେଚେତନ କରାଯାଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...