୪୦ ରୁ ଉର୍ଦ୍ଧ ମାଟ୍ରିକ ଛାତ୍ର ଛାତ୍ରୀ ଟେଷ୍ଟ ପରୀକ୍ଷା ରୁ ବଞ୍ଚିତ...

୪୦ ରୁ ଉର୍ଦ୍ଧ ମାଟ୍ରିକ ଛାତ୍ର ଛାତ୍ରୀ ଟେଷ୍ଟ ପରୀକ୍ଷା ରୁ ବଞ୍ଚିତ...

ଟିଟିଲାଗଡ଼,୨୬/୧୧ : ବଲାଙ୍ଗୀର ଜ଼ୀଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ପରାସରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସ୍ଥିତ ଆର୍ଥିକ ଶିକ୍ଷା ବର୍ଷ ୨୦୨୧/୨୨ ଅଧ୍ୟୟନ କରିଥିବା ଚାଳିଶ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ଚଳିତ ଶିକ୍ଷା ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ଆବେଦନ କରିଥିଲେ ବର୍ତ୍ତମାନ ଆଡ଼ମିଟ କାର୍ଡ ନ ଆସିବାରୁ ପରୀକ୍ଷା ରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ ତେବେ ପରୀକ୍ଷା ଦେବାରୁ ବଞ୍ଚିତ ଥିବାରୁ ଅଭିଭାବକ ମହଲରେ ଏ ପରିପ୍ରେକ୍ଷୀରେ ଘୋର ଅସନ୍ତୋଷ ପରିପ୍ରକାଶ ପାଇଛି।

   Ad..


 

ସମସ୍ତ ଛାତ୍ରୀ ଛାତ୍ର ଉକ୍ତ ବିଦ୍ୟାଳୟ ର ଆଖପାଖ ଛଟାଭଟା,ସିଲଣ୍ଡା, ଇଚଗାଁ,ମଗାଁ,ଘେସରିପରା,ବାଳ ବେଙ୍ଗ, ଗାଁ ର ଛାତ୍ର ଛାତ୍ରୀ ମାନେ ଦୟନୀୟ ଗରିବ ଅବସ୍ଥାରେ ଘର ପରିବାର ପ୍ରତିପୋଷଣ କରୁଥିବା ଅଭିଭାବକ ଅଭିଭାବିକା କୁଳି ମଜୁରୀ କରି ଅଳ୍ପ ଆୟରେ ପିଲାଙ୍କର ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ପେଟକୁ ଯୋଗାଉଥିବା ଦାନାକୁ କାଟି ପିଲା ମାନଙ୍କୁ ବର୍ଷ ବର୍ଷ ଧରି ପାଠ ପଢ଼ାଉଥିଲେ ପିଲାଟି ଆମର ଶିକ୍ଷିତ ହେଉ ବୋଲି ୩୭୦ ଟଙ୍କା ଫର୍ମ ଫିଲପ ପାଇଁ ସ୍କୁଲ ରେ ମାଟ୍ରିକ ବୋଡ଼ ପରୀକ୍ଷା ଦେବା ପାଇଁ ଦରଖାସ୍ତ ଆବେଦନ କରିଥିଲେ।

ହେଲେ ୪୦ ରୁ ଉର୍ଦ୍ଧ୍ବ ପିଲା ନିରୂପମା ଆଡଜୁଆଡ଼, ରେଷ୍ମା ଆଡଜୁଆଡ଼, ସସ୍ମିତା କେତକୀ, କାବେରୀ ବଗର୍ତ୍ତୀ, କୁମାରୀ ବଗର୍ତ୍ତୀ, ସୁରତୀ ଭୋଇ,ଜ୍ୟୋସ୍ନା ଯାନୀ,ମୋହିନୀ ବଗର୍ତ୍ତୀ,ଜଗବନ୍ଧୁ ବଗର୍ତ୍ତୀ, ମଣ୍ଟୁ ବାଗ, ଠାକୁର ଜାଲ, କାହ୍ନୁ ବାଗ,ଜ୍ୟୋସ୍ନା ମାଝୀ, କାମିନୀ ବଗର୍ତ୍ତୀ, ବିସାଞ୍ଜଳି ବନଛୋର,ସନିତା ଆଡ଼ଯୁଆଡ଼ି, ଉର ବାଗ, ଖଜୁରୀ ବାଗ,ଏ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବା ପାଇଁ ଆସିନାହିଁ ପରୀକ୍ଷା ପରିଚୟ ପତ୍ରକାର୍ଡ ଯାହା ଫଳରେ ଉପରୋକ୍ତ ଛାତ୍ରୀ ଛାତ୍ର ପରୀକ୍ଷା ଦେଇନପାରି ନିରାଶ ହୋଇ ଘରେ ବସି କାନ୍ଧୁଛନ୍ତି। 

କହୁଛନ୍ତି ଛାତ୍ରୀ ଛାତ୍ର ଆମ ପ୍ରଧାନ ଶିକ୍ଷକ ଆମ ଭବିଷ୍ୟତକୁ ଟଙ୍କା ନେଇ ଜାଣି ବୁଝି ଅନିଶ୍ଚିତ ଅନ୍ଧକାର ମଧ୍ୟ କୁ ଠେଲି ଦେଲେ। ଏ ବିଷୟଟି ଉପରେ ପିଲା ମାନଙ୍କ ବାପା ମାଁ ମଧ୍ୟ ଦୁହରାଇ କହୁଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ ପିଲାଙ୍କ ଜିବନରେ ଖେଳ ଖେଳିଛନ୍ତି।ତେବେ ରାଜ୍ୟ ସରକାର ସବୁବେଳେ ଡିମି ଡିମ ପିଟୁଛନ୍ତି ସବିଏ ପଢନ୍ତୁ ସବିଏ ବଢ଼ନ୍ତୁ।ତାହା ହେଲେ ଏଆ ସେହି ଉଧାହରଣ କି ବୋଲି ଲେକେ ପଚାରୁଛନ୍ତି।ଏ ସମ୍ପର୍କରେ ପରାସର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ     ଏଭଳି ତୃଟି କାହିଁକି ହେଲା ବୋଲି ପଚାରି ବୁଝିବାରୁ ସେ ରୋକ ଠୋକ ଉତ୍ତର ଦେଇ କହିଥିଲେଯେ ପିଲାମାନେ

ପରୀକ୍ଷା ଦେବା ବାବଦକୁ ଫିଜ ଭରି ପାରିନଥିଲେ ବୋଲି ପ୍ରଧାନ ଶିକ୍ଷକ କହିଥିଲେ। ଅନ୍ୟ ପକ୍ଷରେ ଅଭିଭାବକ  ଅଭିଭାବିକା କହୁଛନ୍ତି ଫିଜ ଟଙ୍କା ପିଲାଙ୍କ ହାତରେ ପଠେଇଛୁ ସ୍କୁଲ କୁ କେତେକ ପିଲାଙ୍କ ବାପା ମାଁ ସ୍କୁଲ ଆସି ନିଜେ ଫିଜ ଦେଇଥିଲୁ ବୋଲି କହିଛନ୍ତି।ତେବେ କାହାର ଆନ୍ତରିକତା ଅଭାବ ରହିଛି ଏଠାରେ ଶିକ୍ଷା ବିଭାଗ ପକ୍ଷରୁ  ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...