ଭାରତୀ କଳା ପରିଷଦ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ ପାଳିତ...
ଭାରତୀ କଳା ପରିଷଦ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ ପାଳିତ...
ବରଗଡ଼,୦୧/୦୮ : ସ୍ଥାନୀୟ ଭାରତୀ କଲାପରିଷଦ ଆନୁକୁଲ୍ୟରେ ଭାରତୀ ନଗର ଠାରେ ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସମ୍ବଲପୁରୀ ଦିନ ଭାବେ ପାଳିତ ହୋଇଯାଇଛି।
Ad..
ପରିଷଦ ର ଅଧ୍ୟକ୍ଷ ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ବାଲାଜୀ ବିଭୁ ରଞ୍ଜନ ତାରାସିଆ ଯୋଗ ଦେଇ ଏହି ଦିବସ ପାଳନ ର ମହତ୍ବ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
Ad..
ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କାଉନସିଲର ଖିତେଶ୍ୱର୍ କୁମ୍ଭାର ସାମ୍ବାଦିକ ଦିଲ୍ଲୀପ ଆଚାର୍ଯ୍ୟ,ସାମ୍ବାଦିକ ହିମାଂଶୁ ନନ୍ଦ ପ୍ରମୁଖ ଯୋଗ ଦେଇ ସମ୍ବଲପୁରୀ ଦିନ କେବଳ ପାଳନ ରେ ସୀମିତ ନ ରହି ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରା ରେ ଅନୁପ୍ରାଣିତ ହୋଇ ପାରିଲେ ସାର୍ଥକ ହେବ ବୋଲି ମତ ପ୍ରକାଶ କରିଥିଲେ ।
Ad..
ଏହି ଅବସର ରେ ଅବୈତନିକ ନୃତ୍ୟ ଶିକ୍ଷା ପ୍ରଦାନ କରିଥିବା ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଭାରତୀ କଳା ପରିଷଦ ର କଳାକାର ମାନଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ..
Ad..
ପରିବେଷଣ କରାଯାଇଥିବା ବେଳେ କଳାକାର ଙ୍କୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା ।ସଂଯୋଜକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment