ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ କାର୍ଯକ୍ରମ...

ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ କାର୍ଯକ୍ରମ...


ପଦ୍ମପୁର,୦୧/୦୮ : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସମ୍ମେଳନ ପ୍ରକୋଷ୍ଠରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ସଚେତନତା ଏବଂ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରୋ: ଖଗେଶ୍ବର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। 

        Ad..


କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଫେସର ଦାଶ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଅନୁଷ୍ଠାନିକ ସ୍ତରରେ ଯୌନ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀ ଉପରେ ଆଲୋକପାତ କରିଥିଲେ। 

Ad..


ପଦମପୁରର ଭାରପ୍ରାପ୍ତ ଡି.ଏସ୍. ପି. ଶ୍ରୀମତୀ ମମତା ନାଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରୀ ଓ ଅଧ୍ୟାପକମାନଙ୍କ ସମ୍ମୁଖରେ ପୋସ୍ ଆଇନ ୨୦୧୩ ବିଷୟରେ ଆଲୋଚନା କରିଥିଲେ। ପଦ୍ମପୁର ଆଇ.ଆଇ.ସି ମାରିଆନାସ୍ ମିଞ୍ଜ ଯୋଗ ଦେଇ ଉଚ୍ଚଶିକ୍ଷାରେ ଯୌନ ନିର୍ଯାତନା ନିବାରଣ ଓ ଭାରତୀୟ ନ୍ୟାୟ ସଂହିତା ଉପରେ ଆଲୋକପାତ କରିଥିଲେ। 

Ad..


ଆଡଭୋକେଟ୍ ଦିପ୍ତୀମୟୀ ଶତପଥୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାନୁଷ୍ଠାନରେ ଝିଅମାନଙ୍କ ଯୌନ ନିର୍ଯାତନା ନିବାରଣ ପାଇଁ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମାନଦଣ୍ଡ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। 

Ad..


ଏହା ବ୍ୟତୀତ, ସମ୍ବଲପୁରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଉମା ଶଙ୍କର ଦାସ ମଧ୍ୟ ମହାବିଦ୍ୟାଳୟର ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ନିବାରଣ ପାଇଁ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଉପରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କୁ ସଚେତନ କରିଥିଲେ। 

ସେ କଲେଜର ସମସ୍ତ ବିଭାଗ ପରିଦର୍ଶନ କରିଥିଲେ ଏବଂ  କଲେଜର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। 

ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ନବକୃଷ୍ଣ ମିଶ୍ର, ପ୍ରଭାତ କୁମାର ମହାପାତ୍ର , ସରୋଜ କୁମାର ନାଏକ, ସନ୍ତୋଷ କୁମାର ମିଶ୍ର, ତାପିନି ପଣ୍ଡା, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକବୃନ୍ଦ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Comments

Popular posts from this blog

କଣ୍ଟାବାଞ୍ଜି ରେ ମୃତ ଡ୍ରାଇଭର ଙ୍କ ପରିବାର କୁ ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷରୁ ସହାୟତା ପ୍ରଦାନ...

ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ସ୍ତରୀୟ ସିଆର୍ରିଂ ମୀଟିଙ୍ଗ ଅନୁଷ୍ଠିତ...

କୋର୍ଟରେ ହାଜର ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ...