ସମ୍ବଲପୁରୀ ଏକତା ମଞ୍ଚ ବରଗଡ଼ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ...
ସମ୍ବଲପୁରୀ ଏକତା ମଞ୍ଚ ବରଗଡ଼ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ...
ବରଗଡ଼,୦୨/୦୮ : ସ୍ଥାନୀୟ ସୌଖିନ ରଙ୍ଗ ମଞ୍ଚ ଠାରେ ସମ୍ବଲପୁରୀ ଏକତା ମଞ୍ଚ ବରଗଡ଼ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ ମହା ସମାରୋହ ରେ ପାଳିତ ହୋଇ ଯାଇଛି।
Ad..
ସଭାପତି ସୁଧୀର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସଚ୍ଚି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଓକିଲ ସଂଘ ର ସଭାପତି ଭୀଷ୍ମ ଦେଵ ସରାଫ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିବା ବେଳେ...
Ad..
ବରଗଡ଼ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଦୀପ ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିବା ସହ ସମ୍ବଲପୁରୀ ର ଅର୍ଥ ସମ୍ବନ୍ଧ ରେ ଅବଗତ କରାଇଥିଲେ।
Ad..
ସୂର୍ଯ୍ୟ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ସହ ସଂପାଦକ ସୁରେଶ ଦାଶ ଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ସୂରୁଜ ମୁଖି ସାଂସ୍କୃତିକ ଅନୁଷ୍ଠାନ,ମା ସମଲେଇ ନୁପୁର କଲା ପରିଷଦ,ଶ୍ରୀ ନୃତ୍ୟ ଡାନ୍ସ ଏକା ଡେମି,ବଳରାମ ଡାନ୍ସ ଏକାଡେମୀ...
Ad..
ଗୁରୁକୁଳ ଡାନ୍ସ ଏକାଡେମୀ,ରୀଙ୍କୁ ଡାନ୍ସ ଏକାଡେମୀ, ସୂର୍ ମନ୍ଦିର ଡାନ୍ସ ଏକାଡେମୀ ,ଦିବ୍ୟ ରୂପା କଳା ପରିଷଦ ଆଦି ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ଏକତାମଞ୍ଚ ର କୋଷା ଧ୍ୟକ୍ଷ ରାକେଶ ନାଏକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଉପ ସଭାପତି ସଞ୍ଜୀବ ଦାଶ,କେ ତମନ୍ନା, ଉପଦେଷ୍ଟା ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ ,ମାନସ ଚାନ୍ଦ ,ସୁରଥ କୁଅଁର,ଏମ ଡି ଲତୀଫ ଖୁଲୁ ମେହେର, ସୁତ୍ତମ୍ ଦାସ ( ମୁନୁ) ସୂର୍ଯ୍ୟକାନ୍ତ ରାଉତ ରାୟ,ପିନ୍ଟୁ ରାଜପୁତ,ରୋହିତ ରାୟ,ଗୋବିନ୍ଦ ଦାଶ,ସୁବ୍ରତ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment