ବରଗଡ ମହିଳା ସମିତି ପକ୍ଷରୁ ସମ୍ବଲପୁରୀ ଦିନରେ ଦାବି ; ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ...

ବରଗଡ ମହିଳା ସମିତି ପକ୍ଷରୁ ସମ୍ବଲପୁରୀ ଦିନରେ ଦାବି ; ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ...


ବରଗଡ,୦୨/୦୮ : ସାହିତ୍ୟ, ସଂସ୍କୃତିରେ ସମୃଦ୍ଧ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଆନୁଛେଦରେ ସ୍ଥାନ ଦେବାକୁ ବହୁ ଦିନରୁ ଦାବି ହେଉଛି। କାଳ ବିଳମ୍ବ ନକରି ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବରଗଡ଼ ମହିଳା ସମିତି ଦାବି ଜଣାଇଛି।

      Ad..


ଗତ ଶୁକ୍ରବାର ସନ୍ଧ୍ୟାରେ ସଭାନେତ୍ରୀ ଅଞ୍ଜନା ଦାସଙ୍କ ସଭାପତିତ୍ୱରେ ସମ୍ବଲପୁରୀ ଦିନ ପାଳନ ସମାରୋହରେ ସଭାନେତ୍ରୀ ଆଗତ କରିଥିବା ଏହି ପ୍ରସ୍ତାବ ଗୃହୀତ ହୋଇ ଜନପ୍ରତିନିଧି ଗଣ ଏକତା ରକ୍ଷା ପୂର୍ବକ ଉଭୟ ବିଧାନ ସଭା ଓ ଲୋକସଭାରେ ଏହି ଦାବି ଉପସ୍ଥାପନ କରିବାକୁ ନିବେଦନ କରାଯାଇଛି। 

   Ad..


ଏହି ସମାରୋହରେ ସମାଜସେବୀ ସୁଶ୍ରୀ ଲବଙ୍ଗ ସାହୁ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ପଂଚାୟତ ମହାବିଦ୍ୟାଳୟ ଉମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟବାକ୍ତା ଓ ସମିତିର ଉପଦେଷ୍ଟା ସରଦାର ପ୍ରୀତମ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Ad..


ସମ୍ବଲପୁରୀ ଦିନର ଉଦ୍ଦେଶ୍ୟ, ମହତ୍ତ୍ୱ  ଏବଂ ଏହି ଭାଷା କିପରି ସାହିତ୍ୟ, ସଂସ୍କୃତିରେ ସମୃଦ୍ଧ ତାହା ବ୍ୟାଖ୍ୟାନ କରି ସମ୍ବଲପୁରୀ ଭାଷା, ସାହିତ୍ୟ,ସଂସ୍କୃତିକୁ ବଜାୟ ରଖିବା ପାଇଁ ମାତୃଶକ୍ତିର ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ।

Ad..


ମନ୍ଦାକିନୀ ପତି ଅତିଥି ପରିଚୟ ପ୍ରଦାନ, ପଦ୍ମିନୀ ସାହୁ ମଞ୍ଚ ପରିଚାଳନା ଏବଂ ଶେଷରେ ମମତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜୟନ୍ତୀ, ଜୟଗୀତା, ପ୍ରଣତି, ସସ୍ମିତା, ରୁବି, ସ୍ଵାଧିନି, ସୁନିତା, ଅନିମା, ରିନୁ, ରାଧାରାଣୀ ପ୍ରମୁଖ ସହଯୋଗ କରିଥିଲେ।



Report : Bijay ku sahu 

Edited by k.s thakur...

Comments

Popular posts from this blog

କଣ୍ଟାବାଞ୍ଜି ରେ ମୃତ ଡ୍ରାଇଭର ଙ୍କ ପରିବାର କୁ ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷରୁ ସହାୟତା ପ୍ରଦାନ...

ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ସ୍ତରୀୟ ସିଆର୍ରିଂ ମୀଟିଙ୍ଗ ଅନୁଷ୍ଠିତ...

କୋର୍ଟରେ ହାଜର ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ...