ଜଣେ ଝୋଲା ଛାପ୍ କ୍ୱାକ ର ଭୁଲ ଇଞ୍ଜେକସନ ନେଲା ମହିଳାଙ୍କ ଜୀବନ ! ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ?

ଜଣେ ଝୋଲା ଛାପ୍ କ୍ୱାକ ର ଭୁଲ ଇଞ୍ଜେକସନ ନେଲା ମହିଳାଙ୍କ ଜୀବନ ! ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ?


ତୁରେକେଲା୨୭/୦୭ :  ଜଣେ ଡକ୍ଟର କୁହା ଯାଉଥିବା ଝୋଲା ଛାପ୍ କ୍ୱାକ ର ଭୁଲ ଇଞ୍ଜେକସନ ନେଲା ମହିଳାଙ୍କ ଜୀବନ ! ମୃତ ମହିଳା ଜଣଙ୍କ ପରିଚୟ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗ୍ରାମର ଡିଙ୍ଗର ପୁଟାଙ୍କ ସ୍ତ୍ରୀ ଭଗବାନୀ ପୁଟା ବୋଲି ଜଣା ପଡିଛି। 

Ad..


ଏନେଇ ତୁରେକେଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କିଛି ଦିନ ଧରି ଭଗବାନୀ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ତେବେ ଗାଁରେ ବୁଲୁଥିବା କ୍ବାକ୍ ଲର୍କିଗାଁର ରଂଜିତ ମେହେର ତାଙ୍କ ଚିକିତ୍ସା କରିଥିଲେ।

   Ad..


ସେ ତାଙ୍କୁ ଏକ ଇଞ୍ଜେକସନ୍ ଦେଇଥିଲେ। ଏହାର କିଛି ସମୟ ପରେ ଭଗବାନୀ ଅଚେତ ହୋଇଯାଇଥିଲେ ।ତାଙ୍କ ଚେତନା ନ ଫେରିବାରୁ ପରିବାର ଲୋକେ ତାଙ୍କୁ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Ad..


କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ପରିବାରବର୍ଗ ସମ୍ପୃକ୍ତ କ୍ଵାକ ଡକ୍ଟର ରଞ୍ଜିତ ମେହେରଙ୍କ ବିରୋଧରେ ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି । ପ୍ରମାଣ ସ୍ବରୂପ ରଂଜିତ ଦେଇଥ‌ିବା ଉକ୍ତ ଇଞ୍ଜେକସନ୍‌କୁ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି ପରିବାର ଲୋକେ।

ତୁରେକେଲା ଅଞ୍ଚଳରେ ଦିନକୁ ଦିନ କ୍ଵାକ୍‌ଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଜନ ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି। ଫଳରେ ଅନେକ ସମୟରେ ସାଧାରଣ ଲୋକ କ୍ବାକ ମାନଙ୍କ ଦ୍ବାରା ଚିକିତ୍ସିତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। 

ଏନେଇ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ଫୋନରେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ଫୋନ୍ ରିସିଭ ନ କରିବା  ଯୋଗୁଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଗାଁ ଲୋକଙ୍କ ସୂଚନା ଅନୁସାରେ ସଂପୃକ୍ତ କ୍ଵାକ୍ ଗାଁ ରେ ବର୍ତ୍ତମାନ ସମୟ ରେ ମଧ୍ୟ ବୁଲା ବୁଲି କରୁଥିବା ବେଳେ ପୋଲିସ କାର୍ଯ୍ୟନୁଷ୍ଠାନ ଶୂନ୍ୟ ବୋଲି କହିଛନ୍ତି।



Edited by k.s thakur...

Comments

Popular posts from this blog

କଣ୍ଟାବାଞ୍ଜି ରେ ମୃତ ଡ୍ରାଇଭର ଙ୍କ ପରିବାର କୁ ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷରୁ ସହାୟତା ପ୍ରଦାନ...

କୋର୍ଟରେ ହାଜର ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ...